ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ତେଲନଦୀ ପୋଲରୁ ଖସିଲେ ୩ ଜଣ ବାଇକ୍‌ ଆରୋହୀ

0

ସୋନପୁର: ୩ ଜଣ ବାଇକ୍‌ ଆରୋହୀ ତେଲନଦୀ ପୋଲ ଉପରୁ ଖସିପଡ଼ିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସୋନପୁର ଉପକଣ୍ଠରେ ଥିବା ତେଲନଦୀ ପୋଲ ଉପରେ ଆଜି ସନ୍ଧ୍ୟା ପ୍ରାୟ ୮ଟାରେ ଏହି ଅଘଟଣ ଘଟିଛି। ଅଘଟଣର ଅଳ୍ପ ସମୟ ପରେ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତମାନେ ହେଲେ ସତ୍ୟ ରାଜହଂସ, ଅଶୋକ ରାଜହଂସ ଓ ବରୁଣ ସାଲମା।

ସୁଚନାଯୋଗ୍ୟ; ଆଜି ସନ୍ଧ୍ୟାବେଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ଦମାମୁଣ୍ଡା ଗାଁର ସତ୍ୟ, ଅଶୋକ ଓ ବରୁଣ ଏକ ବାଇକ୍‌ରେ ତେଲନଦୀ ପୋଲ ଉପର ଦେଇ ସୋନପୁରରୁ ନିଜ ଗାଁକୁ ଫେରୁଥିଲେ। ସେମାନେ ପୋଲ ଅତିକ୍ରମ କରିବା ବେଳେ ଭାରସାମ୍ୟ ହରାଇ ନଦୀରେ ଖସି ପଡ଼ିଥିଲେ। ବାଇକ୍‌ ଆରୋହୀଙ୍କ ପଛରେ ଅନ୍ୟ ଗାଡ଼ିରେ ଆସୁଥିବା  ଲୋକେ ଘଟଣା ସଂପର୍କରେ ଜାଣିପାରି ଅଗ୍ନିଶମ ଓ ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କର ସହାୟତାରେ ସତ୍ୟ, ଅଶୋକ ଓ ବରୁଣଙ୍କୁ ଉଦ୍ଧାର କରିଥିଲେ। ତିନି ଜଣଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସତ୍ୟଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅଶୋକ ଓ ବରୁଣ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ପୋଲ ଉପରେ ସୁରକ୍ଷା ପାଚେରୀ ଦୁର୍ବଳ ଥିବା କାରଣରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.