ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସିମି ଉପରେ ଲାଗିଥିବା ବ୍ୟାନ୍‌ ଆଉ ୫ବର୍ଷ ବଢ଼ିଲା

0

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସିମି ଉପରେ ଲାଗିଥିବା ବ୍ୟାନ୍‌ର ଅବଧିକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ସିମି ଗୋଟିଏ ବେଆଇନ ସଂଗଠନ ହୋଇଥିବାରୁ ଏହା ଉପରେ ଲାଗିଥିବା ବ୍ୟାନ ଆଉ ୫ ବର୍ଷ ବଢ଼ିଛି। କଠୋର ୟୁଏପିଏ ବଳରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଜି ଏହି ବ୍ୟାନର ଅବଧି ବୃଦ୍ଧି କରିଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସିମି ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରିବାରେ ନିୟୋଜିତ ଅଛି ଯାହା ଭାରତର ସାର୍ବଭୌମତ୍ୱ, ନିରାପତ୍ତା ଏବଂ ଅଖଣ୍ଡତା ପ୍ରତି ପ୍ରତିକୂଳ ଅଟେ । ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ୧୯୬୭ ସମେତ ଆଇନର ବିଭିନ୍ନ ଧାରା ଅନୁଯାୟୀ ସିମି ଏବଂ ଏହାର ସଦସ୍ୟଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ତେବେ ଶେଷ ଥର ପାଇଁ ୨୦୧୯ ଜାନୁଆରି ୩୧ ତାରିଖରେ ଗେଜେଟ୍ ବିଜ୍ଞପ୍ତି ନଂ ଏସ୍ ଓ ୫୬୪(ଇ) ଜରିଆରେ ସିମି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ବିରୋଧରେ ସିମି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Leave A Reply

Your email address will not be published.