ପ୍ରମୁଖ ଖବର

ଇସ୍ତଫା ଦେବାର ୮ ଦିନରେ ସରକାରୀ ବାସଭବନ ଛାଡିବେ କେଜରିୱାଲ
ଝାଡ଼ଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହେମନ୍ତ ସୋରେନ
ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ: ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର

ଏଚଏଚଜିଙ୍କୁ ୟୁନିଫର୍ମ ପାଇଁ ହଜାରେ ଟଙ୍କା

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟର ୭୦ଲକ୍ଷ ମହିଳା ଏଚଏଚଜିଙ୍କୁ ସରକାର ୟୁନିଫର୍ମ ପାଇଁ ହଜାରେ ଟଙ୍କା ଲେଖାଏଁ ସହାୟତା ଦେବେ । ଏହାସହିତ ପ୍ରାୟ ୧.୫ଲକ୍ଷ ପରିଚାଳନା କମିଟି(ଏମସି) ଓ କାର୍ଯ୍ୟନିର୍ବାହୀ କମିଟି(ଇସି) ସଦସ୍ୟଙ୍କୁ ବ୍ଲେଜର ପାଇଁ ୨ହଜାର ଟଙ୍କା ଲେଖାଏଁ ମିଳିବ ।  ରାଜ୍ୟ ସରକାର ମିଶନଶକ୍ତି ବାବଦରେ ୭୩୦କୋଟି ଟଙ୍କା ବ୍ୟୟ କରିବେ। ଆଜି ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହୋଇଛି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ୧୦ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏଥିରେ ମିଶନ ଶକ୍ତିରେ ଜଡ଼ିତ ୭୦ଲକ୍ଷ ମହିଳା ଏସଏଚଜି ସଦସ୍ୟାଙ୍କୁ ୟୁନିଫର୍ମ ନିମନ୍ତେ ହଜାରେ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ।  ଏହାସହିତ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ପଂଚାୟତସ୍ତରୀୟ ମହାସଂଘ(ଜିପିଏଲଏଫ), ବ୍ଲକସ୍ତରୀୟ ମହାସଂଘ(ବିଏଲଏଫ) ଓ ଜିଲ୍ଲାସ୍ତରୀୟ ମହାସଂଘ(ଡିଏଲଏଫ) ଓ ସହରାଂଚଳ ଅଧୀନରେ ଥିବା ଆଂଚଳିକ ମହାସଂଘର(ଏଲଏଫ)ର ଏମସି ଓ ଇସି ସଦସ୍ୟମାନଙ୍କୁ ବ୍ଲେଜର ପାଇଁ ୨ହଜାର ଟଙ୍କା ଲେଖାଏଁ ମିଳିବ । ମହିଳାମାନେ ନିଜ ପସନ୍ଦର ୟୁନିଫର୍ମ ଓ ବ୍ଲେଜର ଚୟନ କରିପାରିବେ । ଏହି ଅର୍ଥ ରାଶି ଏସଏଚଜି ଓ ମହାସଂଘର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ ବୋଲି ଶ୍ରୀ ଜେନା କହିଛନ୍ତି ।

ସେହିପରି ବୁଣାକାର ଓ କାରିଗର ସହାୟତା ଯୋଜନାରେ ୨ ହଜାରରୁ ଅଢ଼େଇ ହଜାର ବଢ଼ିଲା ଆର୍ଥିକ ସହାୟତା । ୪୦ରୁ ୮୦ ବର୍ଷ ବୁଣାକାରଙ୍କୁ ମିଳିବ ୨ ହଜାର ଟଙ୍କା । ୮୦ ବର୍ଷରୁ ଅଧିକ ବୁଣାକାରଙ୍କୁ ମିଳିବ ୨,୫୦୦ ଟଙ୍କା । ଏସଏଚଜି ମହିଳାଙ୍କୁ ମିଳିବ ୟୁନିଫର୍ମ ସହାୟତା । ୭୦ ଲକ୍ଷ ମହିଳାଙ୍କୁ ମିଳିବ ୧ ହଜାର ଲେଖାଏଁ ସହାୟତା । ଏକ୍ସିକ୍ଯୁଟିଭ ମେମ୍ବର ବ୍ଲେଜର ପାଇଁ ପାଇେବ ଆଉ ୨ ହଜାର ଟଙ୍କା ।

ଆଇଟିଆଇ, ପଲିଟେକନିକ ଶିକ୍ଷାନୁଷ୍ଠାନରେ ହେବ ରିଷ୍ଟ୍ରକଚରିଂ । ଦୁଇଟି କ୍ଯାଡର ରୁଲର ସଂଶୋଧନକୁ ମିଳିଛି ମଞ୍ଜୁରୀ । ଯୁବ ସମାଜକୁ ଉତ୍ତମ ମାନବ ସମ୍ବଳ ଦେବାକୁ ଲକ୍ଷ୍ଯ ରଖାଯାଇଛି । ନୂଆ-ଓ ସ୍କଲାରସିପକୁ ମିଳିଛି କ୍ଯାବିନେଟ ମଞ୍ଜୁରୀ । ବାର୍ଷିକ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବୃତ୍ତି ମିଳିବ । ଏସସି/ଏସଟି ଓ ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର, ଝିଅଙ୍କୁ ୧୧ ହଜାର ମିଳିବ ।

ସେହିପରି ନିୟମିତ ହେବେ ବହୁଭାଷୀ ଶିକ୍ଷା ସହାୟକ । ୨୧୩ରୁ ୭୩ ଜଣଙ୍କ ବୟସ ସୀମା କୋହଳ କରାଯାଇଛି । ଅବଶିଷ୍ଟ ଶିକ୍ଷା ସହାୟକଙ୍କୁ ଯୋଗ୍ଯତା ହାସଲ ପାଇଁ ୩ ବର୍ଷ ସମୟ ଦିଆଯାଇଛି । ଶିକ୍ଷାଗତ ଯୋଗ୍ଯତା ଆଧାରରେ ହେବେ ନିୟମିତ ।

ପୁରୀରେ କୁଲତା ସମାଜର ଧର୍ମଶାଳା ନିର୍ମାଣକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ବାଲୁଖଣ୍ଡରେ ୧ ଏକର ଜମି ଯୋଗାଇ ଦେବେ ରାଜ୍ୟ ସରକାର । ସେହିପରି ସଂସ୍କୃତି ବିଭାଗରେ ନୂଆ ପଦବୀକୁ ମିଳିଛି ଅନୁମୋଦନ । ସଂସ୍କୃତି ବିଭାଗରେ ଯୋଗ ଦେବେ ଉଚ୍ଚ ଶିକ୍ଷିତ ପ୍ରଫେସନାଲ୍ । ପୁରୁଣା ପଦବୀର ରିଷ୍ଟ୍ରକଚରିଂ ସହ ନୂଆ ପଦବୀକୁ ମଞ୍ଜୁରୀ ଦିଆଯାଇଛି । ରାଜ୍ଯର ସବୁ ଐତିହ୍ଯ ଓ କିର୍ତ୍ତୀରାଜିର ହେବେ ସୌନ୍ଦର୍ଯ୍ଯକରଣ । ୧୫୯ଟି ପ୍ରକଳ୍ପର ରୂପାନ୍ତରଣକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି । ଏଥିପାଇଁ ୨ ହଜାର ୬୨ କୋଟି ୧୯ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ରଖାଯାଇଛି । ୨୦୨୬-୨୭ ସୁଦ୍ଧା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ଲକ୍ଷ୍ଯ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.