ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ବିଜେଡି ଚାଲରେ ସବୁ ଫସିଲେ!

0

ଭୁବନେଶ୍ବର: ଗତ ୧୬ ତାରିଖ ଗୁରୁବାର ଦିନ ପୁରୀ ଗସ୍ତ ବେଳେ ସ୍ଥାନୀୟ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିକଟତର ହେବା ଘଟଣା ସାମ୍ନାକୁ ଆସିଛି। କେବଳ ଏଇ ଗୋଟିଏ ଘଟଣା ନୁହେଁ, ଆଉ ତିନି ବଡ ଘଟଣା ଏଇ ସପ୍ତାହରେ ଗଣମାଧ୍ୟମ ପୃଷ୍ଠାକୁ ଆସିଥିଲା। ରାୟଗଡାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସେପଟେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ କଂଗ୍ରେସ ବିଧାୟକ ରମେଶ ଜେନା ଗୋଟିଏ ଗାଡିରେ ବୁଲିଲେଣି।

କେଉଁଠି ନା କେଉଁଠି ଏହି ତିନିଟି ଘଟଣା ରାଜ୍ୟ ରାଜନୀତିରେ ଭିନ୍ନ ଏକ ଚର୍ଚ୍ଚା ସୃଷ୍ଟି କଲାଣି। ଏମାନେ ବିଜେଡିକୁ ଆସିବା ସମ୍ଭାବନା ଯେତିକି ନାହିଁ, ନିଜ ଦଳରେ ରହି ନବୀନଙ୍କ ପାଇଁ କାମ କରିବା ସମ୍ଭାବନା ସେତିକି ରହିଛି। ଏପରିକି ଆସନ୍ତା ନିର୍ବାଚନ ବେଳକୁ ଚିତ୍ର ଠିକ୍ ଠାକ୍ ଥିଲେ, ଏମାନଙ୍କ ମଧ୍ୟରୁ କେହି କେହି ବିଧାନସଭା ଟିକେଟ ନେବା କଥାକୁ ଏଡାଇ ଦେଇ ହେବ ନାହିଁ।

ଯାହା ସଙ୍କେତ ମିଳୁଛି, ବର୍ତମାନ ପାଇଁ ଏହି ମେଣ୍ଟ କେବଳ ସ୍ଥାନୀୟ ବିକାଶ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଓ ଆସନ୍ତା ମାର୍ଚ ମାସରେ ବିଜେଡିକୁ ଅତି ସହଜରେ ଚତୁର୍ଥ ଆସନ ଦେବା ପାଇଁ ସୀମିତ ରହିପାରେ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ହିସାବ କହୁଛି, ବିଜେଡି ଭିତରେ କିଛି ବିଧାୟକ ଅସନ୍ତୁଷ୍ଟ ଥିଲେ ବି ବିରୋଧୀ ନବୀନଙ୍କ ଆଡକୁ ଘଳି ରହିଥିବା କାରଣରୁ ସେମାନେ ଏବେ ନାଚାର। କୌଣସି ରାଜନୈତିକ ଗୋଟିଚାଳନା କଲେ, ତାହା ଫଳପ୍ରସୂ ହେବ ନାହିଁ, ଏକଥା ସେମାନେ ବୁଝିଯାଇଛନ୍ତି। ଏଣୁ ନିଜ ନିଜସ୍ତରରେ ବୈଠକ କରୁଛନ୍ତି, ଯେଉଁଠି ବସୁଛନ୍ତି ସରକାର ବା ପ୍ରଶାସନ ବିରୋଧରେ ଅସନ୍ତୋଷ ଝାଡୁଛନ୍ତି ସିନା ତା ଠାରୁ ଆଉ ଅଧିକ କିଛି କରିବା ସ୍ଥିତିରେ ଏମାନେ ନାହାନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଇ ଇଂନିସରେ କିଛି ବରିଷ୍ଠ ନେତାଙ୍କୁ କୋଣଠେସା କରିବା ସମ୍ଭାବନା ରହିଛି। ଏହି ନେତାମାନଙ୍କର ଶରୀର ବିଜେଡିରେ ଥିଲେ ବି ଆତ୍ମା ଆଉ କେଉଁଠାରେ ଅଛି। ଏଭଳି ନେତାଙ୍କୁ ନେଇ ଦଳ ଆଗକୁ ବଢିବାକୁ ଚାହୁଁନାହିଁ। ଏଣୁ ସାଂଗଠନିକ ନିର୍ବାଚନ ବେଳେ ଏଭଳି ଏକ ସ୍ପଷ୍ଟ ସଙ୍କେତ ନବୀନ କିଛି ସ୍ଥାନରେ ଦେବେ। କାଳେ ଏହାର କୌଣସି ପ୍ରଭାବ ପଡିବ, ସେଥିପାଇଁ ବିଶେଷ କସରତ ତାଲିଛି। ଏପରିକି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ମହାପାତ୍ର ମଧ୍ୟ ନବୀନଙ୍କ ବିରୋଧରେ ଯେଭଳି ଆକ୍ରମଣାତ୍ମକ ହେବା କଥା ତାହା ଦେଖିବାକୁ ମିଳୁନାହିଁ। ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଫନି ବାତ୍ୟା ପରେ ନିର୍ବାଚନମଣ୍ଡଳୀ ସମସ୍ୟା ନେଇ ବିଶେଷ ଆଗ୍ରହ ନ ଦେଖାଇବା ମଧ୍ୟ ଅନ୍ୟ କିଛି ସଙ୍କେତ ଦେଉଛି।

ହଠାତ୍ ନିର୍ବାଚନ ବର୍ଷ ଆରମ୍ଭରୁ ବିଜେଡିର ଶୀର୍ଷ ନେତୃତ୍ବ ଅତ୍ୟନ୍ତ ସନ୍ତର୍ପଣର ସହିତ ରାଜନୈତିକ ଗୋଟିଚାଳନା କରିବା ଆଉ ଏକ ରଣନୀତି ଆଡକୁ ମଧ୍ୟ ସୂଚାଉଛି। ଆବଶ୍ୟକତା କାରଣରୁ ବିଜେଡି ପ୍ରତି ଅତ୍ୟନ୍ତ ନରମ ମନୋଭାବ ପୋଷଣ କରି ଆସୁଥିବା କେନ୍ଦ୍ର ସରକାର ଯେ କୌଣସି ମୁହୂର୍ତରେ ବିପରୀତ ଆଚରଣ କରିପାରନ୍ତି। ଏକଥା ସମ୍ଭବତଃ ବିଜେଡି ନେତୃତ୍ବ ବୁଝିସାରିଛନ୍ତି। ଏହା ପୂର୍ବରୁ ସମ୍ପୂର୍ଣ୍ଣ ବିରୋଧୀ ଦଳକୁ ନିଜ ଆଡକୁ ଆକର୍ଷିତ ରଖିବାକୁ ଚେଷ୍ଟା ଆରମ୍ଭ କରିଥିବା କଥା ମଧ୍ୟ କୁହାଯାଉଛି। ଯେମିତିକି କେନ୍ଦ୍ରର ଚାଲ୍ କୌଣସି ବି ପରିସ୍ଥିତିରେ ପ୍ରଭାବୀ ହେବ ନାହିଁ । ଏମିତିରେ ବି ପ୍ରମୁଖ ବିରୋଧୀ ଦଳ ଆସନରେ ଲୋକେ ବିଜେପିକୁ ବସାଇଥିଲେ ହେଁ, ଦଳୀୟ ବିଧାୟକ ଓ ନେତାଙ୍କ ଆଚରଣ ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଆଗଭଳି ଓଡ଼ିଶା ଆଉ ବିଜେପି ମନସ୍କ ନାହିଁ।

Leave A Reply

Your email address will not be published.