ପ୍ରମୁଖ ଖବର

ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର
ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍‍ କର୍ମଚାରୀଙ୍କ ଯାନବାହାନରେ ଲାଗିବ ଜିପିଏସ୍‍
ଏନସିଇଆରଟିର ୮ମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟର ଅସନ୍ତୋଷ
ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ
ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ,ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ନିର୍ବାଚନ ପାଇଁ ବଡ଼ ନିଷ୍ପତ୍ତି ନିଆଯାଉଥିବା ଆକଳନ

0

ଭୁବନେଶ୍ବର: ନବୀନ ନିବାସରେ ଆଜି ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବୈଠକ ହୋଇଥିଲା। ଦ୍ବିତୀୟ ପର୍ଯ୍ୟା‌ୟରେ ପୁଣି ସନ୍ଧ୍ୟା ୬ଟାରେ ବୈଠକ ବସିଥିଲା। ଦ୍ବିତୀୟ ପର୍ଯ୍ୟାୟର ବୈଠକ ଶେଷ ହେଲା ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ମେଣ୍ଟ ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ କହିଛନ୍ତି ଯେ, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ନବୀନ ପଟ୍ଟନାୟଙ୍କ ନେତୃତ୍ବରେ ଓଡ଼ିଶା ସବୁ କ୍ଷେତରେ ସଫଳତା ପାଇଛି। ଓଡ଼ିଶାକୁ ‌ଶୀର୍ଷ ସ୍ତରରେ ନେବା ପାଇଁ ନବୀନ ପଟ୍ଟନାୟକ କାମ କରୁଛନ୍ତି। ଆଉ ୧୨ବର୍ଷ ପରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ରାଜ୍ୟ ଗଠନକୁ ୧୦୦ ବର୍ଷ ପୂରିବ। ଏହି ୧୦୦ ବର୍ଷ ପୂର୍ତ୍ତି ପାଇଁ ଓ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ସ୍ବାର୍ଥ ପାଇଁ ଆବଶ୍ୟକତାକୁ ଧ୍ୟାନଦେଇ ଯାହା ଆବଶ୍ୟକ ପଡ଼ିବ ସେନେଇ ବିଜେଡି ନିଷ୍ପତ୍ତି ନେବ।।

ସେହିପରି ବିଧାୟକ ଅରୁଣ ସାହୁ ମଧ୍ୟ ସମାନ କଥା ଦୋହରାଇଛନ୍ତି । ଓଡିଶାର ସ୍ୱାର୍ଥକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଉଚିତ୍ ସମୟରେ ନିଷ୍ପତ୍ତି ନେବେ ବୋଲି ଅରୁଣ ସାହୁ କହିଛନ୍ତି । ଯାହାକି ବିଜେପି ସହ ବିଜେଡିର ମେଣ୍ଟ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

ଆଜି ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିବା ବୈଠକରେ ବିଜେଡି ନେତା  ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ କୁମାର ଦାସବର୍ମା, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ଜଗନ୍ନାଥ ସାରକା, ଟୁକୁନି ସାହୁ , ପ୍ରଦୀପ ଅମାତ, ଦେବୀପ୍ରସାଦ ମିଶ୍ର, ଉଷା ଦେବୀ, ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜ, ସୁଶାନ୍ତ ସିଂ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ତେବେ ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ ମଧ୍ୟ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ମେଣ୍ଟ ସଂକ୍ରାନ୍ତରେ ରାଜ୍ୟ ବିଜେପିର ନେତାମାନଙ୍କୁ ଅବଗତ କରାଯାଇଛି। ସେହି ବୈଠକରେ ଯୋଗ ଦେବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡ଼ୁ, ସାଂସଦ ଜୁଏଲ ଓରାମଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଯୋଗ ଦେଇଥିବା ଜଣାପଡିଛି।

Leave A Reply

Your email address will not be published.