ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଭିଜିଲାନ୍ସ ଜାଲରେ ଆରଆଇ

0

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦର ଆରଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରମୋଦ କୁମାର ବେହେରାଙ୍କୁ ଧରିଛି ଭିଜିଲାନ୍ସ ଟିମ । ସେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତହସିଲରେ ଭାବେ କାର୍ଯ୍ୟରତ ଥିଲେ । ଲାଞ୍ଚ କାରବାରରେ ଆରଆଇଙ୍କୁ ସହଯୋଗ କରୁଥିଲେ ସ୍ଥାନୀୟ ବ୍ୟକ୍ତି ବିଦ୍ୟାଧର ପ୍ରଧାନ ।

ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ଜମି ଡିମାରକେସନ ପାଇଁ ବିଦ୍ୟାଧରଙ୍କୁ ୫୦୦୦ ଟଙ୍କା ଲାଞ୍ଚ ଦେଇଥିଲେ । ବିଦ୍ୟାଧର ସେହି ଟଙ୍କାକୁ ନେଇ ଆରଆଇଙ୍କୁ ଦେଇଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ଆରଆଇଙ୍କ ସହ ବିଦ୍ୟାଧରଙ୍କୁ କାବୁ କରିଥିଲା। ରଙ୍ଗବୋଳା ୫୦୦୦ ଟଙ୍କାକୁ ଜବତ କରିବା ସହ ପ୍ରମୋଦ ଓ ବିଦ୍ୟାଧରଙ୍କୁ ଅଧିକ ପଚରାଉଚରା କରିବା ପାଇଁ ବ୍ରହ୍ମପୁର କାର୍ଯ୍ୟାଳୟକୁ ନେଇଛି ।

Leave A Reply

Your email address will not be published.