ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା

0

ନୂଆଦିଲ୍ଲୀ: କଂଗ୍ରେସ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା। ପ୍ରଥମ ପ୍ରାର୍ଥୀ ତାଲିକାରେ ୩୯ ଜଣଙ୍କ ନାଁ ରହିଛି । ୮ଟି ରାଜ୍ୟର ୩୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ବାହାର କରିଛି କଂଗ୍ରେସ । କେରଳରୁ ୧୬, କର୍ଣ୍ଣାଟକ ୭, ଛତିଶଗଡ ୬, ତେଲେଙ୍ଗାନା ୪, ମେଘାଳୟ ୨, ନାଗାଲାଣ୍ଡ ୧, ତ୍ରିପୁରା ୧ ଓ ସିକ୍କିମ ୧, ଲାକ୍ଷାଦୀପ ପାଇଁ ବି ୧ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତାଲିକାରେ ୧୫ ଜଣ ସାଧାରଣ ବର୍ଗଙ୍କ ନାଁ ଥିବା ବେଳେ ଏସସି ଓ ଏସଟି ବର୍ଗରୁ ୨୪ ଜଣଙ୍କ ନାଁ ରହିଛି ।

୮ ରାଜ୍ୟ ମଧ୍ୟରେ ଛତିଶଗଡ଼, କର୍ଣ୍ଣାଟକ, କେରଳ, ମେଘାଳୟ, ନାଗାଲାଣ୍ଡ, ତେଲେଙ୍ଗାନା, ସିକ୍କିମ ଓ ତ୍ରିପୁରା ରହିଛି । କେରଳରୁ ସର୍ବାଧିକ ୧୫ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ କର୍ଣ୍ଣାଟକରୁ ୮, ଛତିଶଗଡ଼ରୁ ୬, ତେଲେଙ୍ଗାନାରୁ ୫, ମେଘାଳୟ ୨, ସିକ୍କିମ, ନାଗାଲାଣ୍ଡ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

ତାଲିକାରେ କଂଗ୍ରେସର ବଡ ବଡ ନେତାଙ୍କ ନାଁ ରହିଛି । ଓ୍ବାଏନାଡରୁ ରାହୁଲଙ୍କ ନାଁ ଘୋଷଣା ହୋଇଥିବା ବେଳେ ଶଶୀ ଥରୁରଙ୍କୁ ଥିରୁବନନ୍ତପୁରମର ପ୍ରାର୍ଥୀ କରାଯାଇଛି । ସେହିପରି ରାଜନନ୍ଦଗାଁରୁ ଭୂପେଶ ବଘେଲ, ବେଙ୍ଗାଲୁରୁ ରୁରାଲରୁ ଡି.କେ. ସୁରେଶ, ମହାସମୁଦରୁ ତାମ୍ରଧ୍ବଜ ସାହୁ,  ହାସନରୁ ଶ୍ରେୟାସ ପଟାଲ, ପଟାନମିଥରୁ ଆଣ୍ଟୋ ଆଣ୍ଟୋନୀ, ସିକ୍କିମରୁ ଗୋପାଳ ଛେତ୍ରୀ ଏବଂ କୋଝିକୋଡରୁ ଏମ.କେ. ରାଘବନଙ୍କ ନାଁ ଘୋଷଣା କରାଯାଇଛି ।

Leave A Reply

Your email address will not be published.