ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ହାଇୱା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ

0

ନୟାଗଡ: ନୟାଗଡ଼ ଜିଲ୍ଲା ଭାପୁର-ରାଜସୁନାଖଳା ରାସ୍ତାର ଗୋଳାପୋଖରୀ ଗାଁ ନିକଟରେ ଆଜି ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଫତେଗଡ଼ ଥାନା ବେଗୁନିଆ ଗାଁର ପୂଜା ପ୍ରଧାନ। ସେହିଭଳି ଗୁରୁତର ଆହତ ଛାତ୍ର ଜଣକ ହେଉଛନ୍ତି ଅବିନାଶ ପ୍ରଧାନ। ଉଭୟ ୮ମ ଶ୍ରେଣୀ ଛାତ୍ରଛାତ୍ରୀ।

ସୂଚନାଯୋଗ୍ୟ, ଗୋଳାପୋଖରୀ ଗାଁରୁ ଟିୟୁସନ ସାରି ସାଇକେଲ ଯୋଗେ ସାଙ୍ଗ ହୋଇ ଫେରୁଥିଲେ ପୂଜା ଓ ଅବିନାଶଙ୍କ ସମେତ କିଛି ଛାତ୍ରଛାତ୍ରୀ।ଏହି ସମୟରେ ଏକ ବାଲି ବୋଝେଇ ହାଇୱା ପୂଜା ଓ ଅବିନାଶକୁ ଧକ୍କା ଦେଇଥିଲା। ସେମାନଙ୍କୁ ତୁରନ୍ତ ଭାପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୂଜାଙ୍କୁ ମୃତ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.