ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଭାପତି ଭାବରେ ନବୀନ ଜିନ୍ଦଲଙ୍କ ଦାୟିତ୍ବ ଗ୍ରହଣ

0

ନୂଆଦିଲ୍ଲୀ/ଭୁବନେଶ୍ୱର ମାର୍ଚ୍ଚ ୨୩: ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସର୍ବସମ୍ମତିକ୍ରମେ `ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୪ ମାର୍ଚ୍ଚ ୨୧ରେ ଏଏମ୍ଏନ୍ଏସ୍ ଇଣ୍ଡିଆର ସିଇଓ ତଥା ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ଓମେନଙ୍କ ଠାରୁ ଶ୍ରୀ ଜିନ୍ଦଲ ଆଇଏସ୍ଏର ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି। ଆଇଏସ୍ଏର ପୂର୍ବତନ ସଭାପତିମାନଙ୍କ ମଧ୍ୟରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ର ସିଏମଡି ଶ୍ରୀ ସଜ୍ଜନ ଜିନ୍ଦଲ ଏବଂ ଟାଟା ଷ୍ଟିଲ୍ ର ଏମ୍ଡି ତଥା ସିଇଓ ଶ୍ରୀ ଟି.ଭି. ନରେନ୍ଦ୍ରନ୍ ।   

ଇସ୍ପାତ, ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଭାରତର ଅଗ୍ରଣୀ ଶିଳ୍ପ ସଂସ୍ଥା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଜଣେ ଜଣାଶୁଣା ଭାରତୀୟ ଶିଳ୍ପପତି ଓ ସମାଜସେବୀ ।  ପ୍ରତ୍ୟେକ ଭାରତୀୟ ସେମାନଙ୍କ ମୌଳିକ ଅଧିକାର ଭାବରେ ‘ସବୁ ଦିନ ଜାତୀୟ ପତାକା ପ୍ରଦର୍ଶନ କରିବାର ଅଧିକାର’ ହାସଲ ପାଇଁ ତାଙ୍କର ଦଶ ବର୍ଷ ଧରି ଚାଲିଥିବା ସଫଳ ଆଇନଗତ ଲଢ଼େଇ ପାଇଁ ମଧ୍ୟ ସେ ସୁପରିଚିତ । ସେ ଦୁଇ ଥର ଭାରତୀୟ ସଂସଦକୁ ନିର୍ବାଚିତ ହୋଇ ୧୦ ବର୍ଷ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.