ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଆରମ୍ଭ ହେଲା ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ଡାଏଲିସିସ୍ ସେବା

0

ବ୍ରହ୍ମପୁର,୨୦/୪ : ଦକ୍ଷିଣ ଓଡ଼ିଶାରେ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଏଠାରେ ପ୍ରତିଷ୍ଠିତ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଶୀତଳାପଲ୍ଲୀ କ୍ୟାମ୍ପସ୍‌) ଠାରେ ଗତ ଗୁରୁବାର ଠାରୁ ଆରମ୍ଭ ହୋଇଛି ଡାଏଲିସିସ୍ ଚିକିତ୍ସା । ପ୍ରଥମ ପର୍ଯ୍ୟାୟରେ ଦୈନିକ ୧୦ଜଣଙ୍କୁ ଏଠାରେ ଡାଏଲିସିସ୍ ସେବା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଆଗାମୀ ଦିନରେ ରୋଗୀମାନଙ୍କର ସ୍ୱାସ୍ଥ୍ୟ ସେବା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ।

ନେଫ୍ରୋଲୋଜି ବିଭାଗର ଡାକ୍ତର ବିଶ୍ୱରଂଜନ ମହାନ୍ତିଙ୍କ ତତ୍ୱାବଧାନରେ ଏହି ଡାଏଲିସିସ୍ ସେବା ଆରମ୍ଭ କରାଯାଇଛି । ହସ୍ପିଟାଲକୁ ଡାଏଲିସିସ୍ ପାଇଁ ଆସୁଥିବା ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁଁ ଅତ୍ୟାଧୁନିକ ହେମୋ ଡାଏଲିସିସ୍ ସୁବିଧା ସହିତ ଏହି ସେବା ଆରମ୍ଭ କରାଯାଇଛି ଯାହା ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ।

ଏହି ପଦ୍ଧତିରେ ଅଲଟ୍ରା ପିୟୋର୍ ୱାଟର୍ ବ୍ୟବହାର କରାଯାଉଛି । ଏଥିପାଇଁ ହସ୍ପିଟାଲ ପରିସରରେ ଅଲଟ୍ରା ପିୟୋର୍ ୱାଟର୍ ପ୍ଲାଂଟ୍ ସ୍ଥାପନ କରାଯାଇଛି। ହସ୍ପିଟାଲ୍ ଦ୍ୱାରା ହେଉଥିବା ଡାଏଲିସିସ୍‌ରେ ଅଲଟ୍ରା ପିୟୋର୍ ୱାଟର୍‌କୁ ବ୍ୟବହାର କରାଯିବା ଯୋଗୁଁ ଏହି ଚିକିତ୍ସା ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହେଉଛି ବୋଲି ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି ।

ଆଗାମୀ ଦିନରେ ଦୈନିକ ୪୦ରୁ ୫୦ ଜଣ ରୋଗୀଙ୍କୁ ଡାଏଲିସିସ୍ ସେବା ପ୍ରଦାନ କରାଯିବାର ଯୋଜନା ରହିଛି ବୋଲି ଡାକ୍ତର ମହାନ୍ତି କହିଛନ୍ତି । ପ୍ରତ୍ୟେକ ଗୁରୁବାର ଭୁବନେଶ୍ୱର ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗରୁ ବରିଷ୍ଠ ଡାକ୍ତରମାନେ ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ଓପିଡିରେ ରୋଗୀଙ୍କ ଚିକିତ୍ସା କରିବେ। ଫଳରେ ହସ୍ପିଟାଲରେ ରୋଗୀମାନେ ଅଧିକ ସଂଖ୍ୟାରେ ଉତମ କିଡ଼ନୀ ଚିକିତ୍ସା ଓ ସେବା ପାଇପାରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.