ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ସୋଆ ପକ୍ଷରୁ କମିଶନରେଟ୍ ପୋଲିସ୍ ଓ ଟ୍ରାଫିକ୍ ପୋଲିସ୍‌କୁ ଓଆର୍‌ଏସ୍ ଓ ଜଳ ବଂଟନ

0

ଭୁବନେଶ୍ୱର, ଏପ୍ରିଲ୍ ୨୩: ସାରା ରାଜ୍ୟର ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାଜଧାନୀରେ ଆଇନ୍ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାରେ ନିୟୋଜିତ ଥିବା କମିଶନରେଟ ପୋଲିସ୍‌ର ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକେ ଆଶ୍ୱସ୍ତି ଦେବା ନିମନ୍ତେ ସହାୟତାର ହାତ ବଢ଼ାଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ।

ପୋଲିସ୍ ଓ ଟ୍ରାଫିକ ପୋଷ୍ଟରେ କାର୍ଯ୍ୟରତ କର୍ମଚାରୀମାନେ ପ୍ରାୟ ୮ ଘଂଟା ଧରି ପ୍ରଚଣ୍ଡ ଖରା ସମୟରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାଇବା ନିମନ୍ତେ ସୋଆର ଏନ୍‌ଏସ୍‌ଏସ୍ ଓ ଏନ୍‌ସିସି ଶାଖା ଏଭଳି ମହତ୍ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ।

ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର କମିଶନରେଟ ପୋଲିସ୍ ଓ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ପୋଲିସ୍ କର୍ମଚାରୀମାନଙ୍କୁ ୫୦୦୦ ଓଆର୍‌ଏସ୍ ପ୍ୟାକେଟ୍ ଓ ୨୦୦୦ ପାଣି ବୋତଲ ପ୍ରଦାନ କରାଯାଇଥିବା ପ୍ରଫେସର ମଲ୍ଲିକ୍ କହିଛନ୍ତି । ପରବର୍ତୀ ପର୍ଯ୍ୟାୟରେ ରାଜଧାନୀର ସବୁ ଟ୍ରାଫିକ୍ ପୋଷ୍ଟରେ ପାଣି ଓ ଓଆର୍‌ଏସ୍ ବଂଟନ କରାଯିବ ବୋଲି ସେ କହିଛନ୍ତି ।

କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୋଲିସ୍ କମିଶନର ଶ୍ରୀ ସଞ୍ଜୀବ ପଣ୍ଡା ଓ ଡିସିପି ଶ୍ରୀ ପ୍ରତୀକ ସିଂଙ୍କ ଉପସ୍ଥିତିରେ ପ୍ରଫେସର ମଲ୍ଲିକ ଏବଂ ସୋଆର ଏନ୍‌ସିସି କ୍ୟାଡେଟମାନେ ଏହି ପାଣି ବୋତଲ ଓ ଓଆରଏସ୍ ପ୍ୟାକେଟ ପ୍ରଦାନ କରିଛନ୍ତି । ପୋଲିସ୍ କମିଶନର ଶ୍ରୀ ପଣ୍ଡା ସୋଆର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ଟ୍ରାଫିକ ଡିସିପି ଶ୍ରୀ ପି.କେ. ରାଉତ ଏବଂ ସୋଆର ଆସୋସିଏଟ୍ ଏନ୍‌ସିସି ଅଫିସର (ଏଏନ୍‌ଓ) ଡକ୍ଟର ସତୀଶ କୁମାର ସାମଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.