ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ମୋଦି କଲେ ରୋଡ୍ ଶୋ’

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣିଥରେ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ୍ ଶୋ’ କରିଛନ୍ତି । ମୋଦିଙ୍କୁ ଦେଖିବାକୁ ରାଜଧାନୀର ଜନପଥ ଜନସମୁଦ୍ର ପାଲଟିଛି । ଭୁବନେଶ୍ୱରର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସାଙ୍ଗରେ ନେଇ ମୋଦି ରୋଡ୍ ଶୋ’ କରିଛନ୍ତି । ବିଜେପି ରାଜ୍ୟ ମୁଖ୍ୟାଳୟଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ମୋଦିଙ୍କ ରୋଡ୍ ଶୋ’କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମୋଦି ମୋଦି ସ୍ଲୋଗାନରେ ସମଗ୍ର ଜନପଥ ପ୍ରକମ୍ପିିତ ହୋଇଛି ।

ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଆଜି ରାତିରେ ପହଂଚିବା ପରେ ବିଜେପି କାର୍ଯ୍ୟାଳୟଠୁ ତାଙ୍କର ରୋଡ୍ ଶୋ’ ଆରମ୍ଭ ହୋଇଥିଲା । ମୋଦିଙ୍କ ରୋଡ୍ ଶୋ’ରେ ଓଡ଼ିଶାର କଳା,ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ ପାଇଁ ପ୍ରୟାସ ହୋଇଛି । କୋଣାର୍କ ଚକ୍ର, ଖଣ୍ଡଗିରି ଓ ଅନ୍ୟ ଐତିହ୍ୟକୁ ମଧ୍ୟ ପ୍ରଦର୍ଶନ କରାଯାଇଥିବାବେଳେ ୧୫୦ରୁ ଅଧିକ ମହିଳା ପଶାପାଲି ଶାଢ଼ୀ ପିନ୍ଧି ଏହି ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି । ସାଧାରଣ ଲୋକେ ମୋଦି ମୋଦି ସ୍ଲୋଗାନ ଦେବା ସହ ମୋଦିଙ୍କ କାରକେଡ୍ ଉପରକୁ ଫୁଲବର୍ଷା କରିଛନ୍ତି ।

ସୂଚନାଯୋଗ୍ୟ, ଦୁଇଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି  ରାଜଭବନରେ ଆଜି ରାତିଯାପନ କରିବେ । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ କନ୍ଧମାଳ, ସାଢ଼େ ୧୧ଟାରେ ବଲାଙ୍ଗୀର ଓ ଦିନ ୧ଟାରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଏହି ମେଗା ରୋଡ୍ ଶୋ’ ପାଇଁ ଭୁବନେଶ୍ୱରରେ ୫୫ ପ୍ଲାଟୁନ ପୁଲିସ ଫୋର୍ସ ସହ ୨୦୦ରୁ ଅଧିକ ପୁଲିସ ଅଫିସରଙ୍କୁ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.