ପ୍ରମୁଖ ଖବର

ଇସ୍ତଫା ଦେବାର ୮ ଦିନରେ ସରକାରୀ ବାସଭବନ ଛାଡିବେ କେଜରିୱାଲ
ଝାଡ଼ଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହେମନ୍ତ ସୋରେନ
ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ: ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ସମ୍ପନ୍ନ

0

ଭୁବନେଶ୍ୱର, ୧୧/୦୫ : ରୋଗୀଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଚିକିତ୍ସା ଭାବେ ଉଭା ହୋଇଥିବା ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍ ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ସମ୍ପନ୍ନ ହୋଇଛି । ଏହି ପ୍ରକ୍ରିୟା ପରିଚାଳନା କରିଥିବା ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ କୁମାର ପାତ୍ର କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ପରେ ରୋଗୀ ଯବଣାରୁ ମୁକ୍ତି ପାଇଥାଏ ।

ସେହିପରି ଆର୍ଥ୍ରାଇଟିସ୍‌ ସମସ୍ୟା ଯୋଗୁଁ ସୃଷ୍ଟି ହେଉଥିବା ଆଣ୍ଠୁ ଯବଣା ମଧ୍ୟ ସମ୍ପୂର୍ଣ୍ଣ ଦୂର ହୋଇଥାଏ ବୋଲି ସେ କହିଛନ୍ତି । ଯବଣା ମୁକ୍ତ ହେବା ସହ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଦ୍ୱାରା ଆଣ୍ଠୁରେ ନଷ୍ଟ ହୋଇଥିବା ହାଡ ଓ କାର୍ଟିଲେଜକୁ ବାହାର କରାଯାଇ କୃତ୍ରିମ ଅଂଶ ଲଗାଯାଇଥାଏ ଯାହା ଦ୍ୱାରା ଆଣ୍ଠୁ ସାଧାରଣ ଭାବେ କାର୍ଯ୍ୟକ୍ଷମ ହୋଇଥାଏ । ଏହା ଦ୍ୱାରା ମଣିଷର ଜୀବନଧାରାରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ସେ କହିଛନ୍ତି ।

ଡାକ୍ତର ପାତ୍ର କହିଛନ୍ତି ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ଡାହାଣ ଆଣ୍ଠୁରେ ଯବଣା ଓ ସମସ୍ୟା ନେଇ ଜଣେ ମହିଳା ରୋଗୀ ହସ୍ପିଟାଲ୍‌କୁ ଆସିଥିଲେ । ସେହି ସମୟରେ ସେ ଠିକ୍ ଭାବେ ଚାଲିପାରୁ ନଥିଲେ । ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ଡାହାଣ ଆଣ୍ଠୁରେ ଆଡ୍‌ଭାନ୍ସଡ ଅଷ୍ଟିଓଆର୍ଥ୍ରାଇଟିସ୍ ସମସ୍ୟା ଥିବା ସହ ହାଡ଼ କ୍ଷୟ ପାଇଥିବା ଜଣାପଡ଼ିଥିଲା । ଏଥି ସହିତ ତାଙ୍କର ରକ୍ତହୀନତା, ରକ୍ତଚାପ ଓ ହାଇପୋଥାଇରଏଡ୍ ସମସ୍ୟା ଥିବାର ଜଣାପଡ଼ିଥିଲା ବୋଲି ସେ କହିଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ କରିବାର ଯୋଜନା କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା, ଗୁରୁତର ଅଷ୍ଟିଓ ପୋରୋସିସ୍ ଓ ହାଡ଼ କ୍ଷୟକୁ ଦୃଷ୍ଟିରେ ରଖି ଖୁବ୍ ଯତ୍ନର ସହ ଆଣ୍ଠୁରେ ଇମପ୍ଳାଂଟ ଲଗାଯିବା ସହ ବୋନ୍‌ ସିମେଂଟ ସହ ପ୍ରତ୍ୟାରୋପଣ କରାଯାଇଥିଲା । ଅସ୍ତ୍ରୋପଚାର ସମୟରେ କିମ୍ବା ପରେ କୌଣସି ସମସ୍ୟା ରୋଗୀଙ୍କ ଠାରେ ଦେଖା ଦେଇନଥିବା ଡାକ୍ତର ପାତ୍ର କହିଛନ୍ତି । ଏହି ଅସ୍ତ୍ରୋପଚାରରେ ହସ୍ପିଟାଲ୍‌ର ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ଶାରଦା ପ୍ରସନ୍ନ ଦାଶ ଓ ଅନ୍ୟ ଓଟି କର୍ମଚାରୀମାନେ ସହଯୋଗ କରିଥିଲେ ।

ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି ଯେ ଗତ ୧ ମାସ ମଧ୍ୟରେ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ହିପ୍ ରିପ୍ଲେସ୍‌ମେଂଟ ଓ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ସହ ପ୍ରାୟ ୨୫ଟି ଅସ୍ତ୍ରୋପଚାର କରାଯାଇଛି । ଏଥିରେ ଇଏନ୍‌ଟି, ଗାଏନାକୋଲୋଜି ଏବଂ ୟୁରୋଲୋଜି ବିଭାଗ ପକ୍ଷରୁ ମଧ୍ୟ ରୋଗୀମାନଙ୍କର ବିଭିନ୍ନ ଅସ୍ତ୍ରୋପଚାର ସାମିଲ ଅଛି ବୋଲି ସେ କହିଛନ୍ତି । ଗତ ଫେବୃଆରୀ ୧୪ ତାରିଖରେ ଉଦ୍‌ଘାଟିତ ହୋଇଥିବା ଏହି ହସ୍ପିଟାଲ୍‌ରେ ୬ ମୋଡୁଲାର ଓଟି ଓ ୪୦ଟି ଆଇସିୟୁ
ବେଡ୍ ଥିବା ସେ କହିଛନ୍ତି ।

Leave A Reply

Your email address will not be published.