ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

0

ଭୁବନେଶ୍ବର: ଓଡ଼ିଶାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ। ଭୋଟ୍ ଦେଇଛନ୍ତି ରାଜ୍ୟବାସୀ। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହାରି ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ ଭୋଟିଂ ହୋଇଛି। ସଂପୂର୍ଣ୍ଣ ମତଦାନ ଶେଷ ହେଲା ପରେ ପ୍ରକୃତ ଭୋଟ୍‌ ପ୍ରତିଶତ ଆସିବ।

ରିପୋର୍ଟ ଅନୁସାରେ ବାଲେଶ୍ବରରେ ୬୧.୯୪ ପ୍ରତିଶତ ମତଦାନ ହୋଇଛି। ଭଦ୍ରକରେ ୫୬.୬୮ ପ୍ରତିଶତ, ଜଗତସିଂହପୁରରେ ୬୪.୩୧ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫୯.୮୯ ପ୍ରତିଶତ, ମୟୂରଭଂଜରେ ୬୩.୯୭ ପ୍ରତିଶତ ମତଦାନ ହୋଇଛି। ସେହିପରି ପୁରୀରେ ୬୭.୩୦ ଓ କଟକରେ ୬୭.୯୬ ପ୍ରତିଶତ ମତଦାନ ହୋଇଛି।

ରାଜ୍ୟରେ ଆଜି ୬ଟି ଲୋକସଭା ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହୋଇଛି। ସାଲେପୁରରେ ୬୬.୮୦, ସାରସକଣାରେ ୬୨.୨୦, ସିମୁଳିଆରେ ୬୨.୩୦, ସୋରୋରେ ୬୨.୨୦, ସୁକିନ୍ଦାରେ ୬୬, ତିର୍ତ୍ତୋଲରେ ୬୪.୫୭, ଉଦଳାରେ ୬୫.୭୨, ନୀଳଗିରିରେ ୬୨.୧୫, ନିମାପଡ଼ାରେ ୬୭.୧୦, ପାରାଦୀରେ ୬୧.୯୦, ପାଟକୁରାରେ ୬୦.୧୪, ରାଇରଂଗପୁରରେ ୬୨.୪୦, ରାଜନଗରରେ ୫୯.୪୭, ରେମୁଣାରେ ୬୧.୯୦, କାକଟପୁରରେ ୬୭.୫୦, କେନ୍ଦ୍ରାପଡ଼ାରେ ୫୮.୬୦, କୋରେଇ ୬୧, ମହାକାଳପଡ଼ାରେ ୬୧, ମାହାଙ୍ଗାରେ ୬୭.୬୦, ମୋରଡ଼ାରେ ୬୩.୧୨, ନିଆଳିରେ ୬୯.୫୦, ଚାନ୍ଦବାଲିରେ ୬୩.୧୫ ପଅତିଶତ ମତଦାନ ହୋଇଛି।

ସେହିପରି ଧାମନଗରରେ ୫୩.୪୦, ଧର୍ମଶାଳାରେ ୬୫.୫୦, ଯାଜପୁରରେ ୬୦, ଜଳେଶ୍ବରରେ ୬୨.୩୫, ଯଶିପୁରରେ ୭୦.୧୧, ବାରିପଦାରେ ୬୧.୬୦, ବସ୍ତାରେ ୬୧.୫୬, ବାସୁଦେବପୁରରେ ୫୬.୫୦, ଭଦ୍ରକରେ ୫୫.୬୦, ଭଣ୍ଡାରିପୋଖରୀରେ ୫୪.୭୦, ଭୋଗରାଇରେ ୬୧.୫୦, ବିଂଝାରପୁରରେ ୬୦, ଆଳିରେ ୬୦.୧୪, ବଡ଼ସାହିରେ ୬୨.୪୫, ବାଲେଶ୍ବରରେ ୬୧.୫୩, ବାଲିକୁଦା-ଏରସମାରେ ୬୫.୦୭, ବାଙ୍ଗିରିପୋଷିରେ ୬୪.୨୦, ବଡ଼ଚଣାରେ ୬୫ ଓ ବରୀରେ ୬୪ ପ୍ରତିଶତ ମତଦାନ ହୋଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ୨୮୫ ହାର୍ମସ ଜବତ ହୋଇଛି। ୧୪ ହଜାର ୭୬୨ଟି ବନ୍ଧୁକ ଡିପୋଜିଟ କରାଯାଇଛି। ବିଭିନ୍ନ ରାଜନୈତିକ ଦଳ ଠାରୁ ୧୭୫୫ଟି ଅଭିଯୋଗ ଆସିଥିଲା। ୨୦୧୯ରେ ୩୨୭ ଏବଂ ୨୦୨୪ରେ ୧୨୪ଟି ହିଂସା ହୋଇଛି। ମୋଟ ୩୭ ହଜାର ୮୯୮ ବୁଥ କରାଯାଇଥିଲା। ୪୬୮୭ ସକ୍ଷୀ ବୁଥ କରାଯାଇଥିଲା। ୧୯ଟି ବୁଥରେ ମତଦାନ ବର୍ଜନ ହୋଇଛି। ୨ ଲକ୍ଷ ୫୦ ହଜାରରୁ ଅଧିକ ପୋଲିଂ ଅଫିସର ନିଯୁକ୍ତି ହୋଇଛନ୍ତି। ୧୦୬୩ଟି ଅଭିଯୋଗ ଆସିଛି। ୧ ଲକ୍ଷ ୪୭ ହଜାର ପୋଷ୍ଟାଲ ବ୍ୟାଲେଟ ଭୋଟ। ୭୫ % ମତଦାନ ପାଇଁ ଲକ୍ଷ ରଖାଯାଇଥିଲା। ୨୮୦ କୋଟି ଟଙ୍କାର ସିଜର ଜବତ ହୋଇଛି। ୧୫ ହଜାର ୬୦ ଅଭିଯୋଗ ସିଭିଜିଲ ମାଧ୍ୟମରେ ଆସିଥିଲା। ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମତଦାନ ହାର ଅଧିକ ହୋଇଛି।

ତେବେ ନିର୍ବାଚନୀ ବେଳେ କିଛି କିଛି ସ୍ଥାନରେ ହିଂସା ମଧ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଲୋକସଭା ଅଧିନ ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥ୍‌ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀମାନେ ପନିକିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ସେହି ପରି ପଟ୍ଟାମୁଣ୍ଡାଇ: ନୀଳକଣ୍ଠପୁର ପଂଚାୟତରେ ବିଜେପି କର୍ମୀଙ୍କୁବିଜେପି କର୍ମୀ ରଶ୍ମିରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ରଶ୍ମିରଞ୍ଜନଙ୍କ ପିଠିରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ରଶ୍ମିରଞ୍ଜନ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.