ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍; ୨ ମୃତ,୭ ଗୁରୁତର

0

ଯାଜପୁର: ସିମେଣ୍ଟ ବୋଝେଇ ଟ୍ରକସହିତ ଏକ ଯାତ୍ରୀବାହି ବସ୍ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ହୋଇଥିବା ସୂଚନା ମିଳୁଛି।ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଯାଜପୁର ବଡ଼ଚଣା ଥାନା ଅଧୀନ କଡେଇ ଛକ ନିକଟରେ ଘଟିଛି ଦୁର୍ଘଟଣା. କଲିକତାରୁ ଏକ ବସ  ପୁରୀ ଅଭିମୁଖେ ଆସୁଥିବା ବେଳେ କଡେଇ ଛକ ନିକଟରେ ବସ ସହ ଟ୍ରକ ଧକା ଦେଇଥିଲା. ଯାହା ଫଳରେ ବସ ରେ ଥିବା ୫୦ ରୁ ଉର୍ଦ୍ଧ ଯାତ୍ରୀ ଙ୍କ ମଧ୍ୟରୁ ଘଟଣା ସ୍ଥଳରେ୨ ଜଣକ ର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ବଡ଼ଚଣା ମେଡିକାଲ ରେ ଭର୍ତି କରାଯାଇଛି। କିଛି ଗୁରୁତର ଯାତ୍ରୀଙ୍କୁ ମଧ୍ୟ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ତେବେ ଦୁର୍ଘଟଣା ର କାରଣ ଜଣା ପଡି ନଥିବା ବେଳେ ବଡ଼ଚଣା ପୋଲିସ ଘଟଣା ର ତଦନ୍ତ ଚଳାଇଛି।

Leave A Reply

Your email address will not be published.