ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପରୀକ୍ଷା ହେବ, କାହାର କେତେ ଦମ୍

0
  • ପୁରୀର ରେକର୍ଡ ସମୟରେ ହେଲା ଜମି ଅଧିଗ୍ରହଣ, ନାଁ କମାଇଲେ ନବୀନ
  • ନା ମହେଶ୍ବର ଅଛନ୍ତି ନା ସଂଜୟ, ବରଂ ଦୁଇଆସନ ବିଜେପି ହାତରେ
  • ଏବେ ପ୍ରତାପ ଓ ଅଶୋକଙ୍କ ସମେତ ଭୁବନେଶ୍ବର-କଟକ ବାବୁ ଅଡୁଆରେ

ଭୁବନେଶ୍ବର: ପୁରୀ ସଦର ଆସନ ହରାଇଛି ଶାସକ ବିଜେଡି ଦଳ । ପଡୋଶୀ ବ୍ରହ୍ମଗିରି ଆସନ ବି ବିଜେଡି ହାତରେ। ଦୁଇ ଦୁଇଟି ପ୍ରଭାବୀ ଆସନ ହାତେଇବା ବିଜେପି ପାଇଁ ଯେତିକି ସୁଖର କଥା, ଦୁଇ ଜଣ ପ୍ରଭାବୀ ନେତା ମହେଶ୍ବର ମହାନ୍ତି ଓ ସଂଜୟ ଦାସବର୍ମା ହାରିବା ବିଜେଡି ପାଇଁ ସେତିକି ଚିନ୍ତାଜନକ। ପୁରୀ ଜିଲ୍ଲା ନେତା ଦି’ ଭାଗ।

ଏଭଳି ଏକ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ବିକାଶ ପାଇଁ ହୋଇଥିବା ଜମି ଅଧିଗ୍ରହଣ ରେକର୍ଡ ସମୟରେ ହୋଇଛି। ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ରର ବିକାଶ ପାଇଁ ଯେଉଁ ଆହ୍ବାନ ଦେଲେ, ତାହାକୁ ଲୋକେ ଗ୍ରହଣ କଲେ। ସେଭଳି କୌଣସି ବଡ଼ ବିବାଦ ବା ବିରୋଧ ସାମ୍ନା କରିବାକୁ ପଡିଲାନି ପ୍ରଶାସନକୁ। ବରଂ ମୁଖ୍ୟମନ୍ତ୍ରୀ ସାରା ଭାରତରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ରେକର୍ଡ କଲେ। ସାବାସୀ ମିଳିଲା।

ଏବେ ରାଜ୍ୟ ସରକାର ସମାନ୍ତରାଳ ଭାବେ ଦୁଇଟି ପ୍ରକଳ୍ପକୁ ସାଙ୍ଗରେ ନେଇଛନ୍ତି। ଗୋଟିଏ ହେଲା କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବେ। ଅନ୍ୟଟି ହେଲା ଏକାମ୍ର ପ୍ରକଳ୍ପ, ଯାହା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସଂଲଗ୍ନ ଅଞ୍ଚଳରେ କରାଯିବ। ପୁରୀ ଭଳି ଏଠାରେ ବି ସମାନ ପ୍ୟାକେଜ ସରକାର ଘୋଷଣା କରିଛନ୍ତି ଓ ପ୍ରକଳ୍ପକୁ ବି ସମାନ ତରିକାରେ ଆଗକୁ ନିଆଯାଉଛି। ବରଂ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ ସବୁ ନେତାଙ୍କୁ ସାଙ୍ଗରେ ନେଇ ବସିଲେ ଓ ପୂର୍ତ ସଚିବ ସମୁଦାୟ ପ୍ରକଳ୍ପ ସଂପର୍କରେ ବୁଝାଇଲେ। ଯାହା ଅତି ପୁରୀରେ ହୋଇନଥିଲା।

କଟକ ବଡ ଡାକ୍ତରଖାନା ଏକ ବିଶାଳ ପ୍ରକଳ୍ପ, ଯାହା ଠିକଣା ଢଙ୍ଗରେ ହେଲେ ଓଡ଼ିଶାର ଭାଗ୍ୟ ବଦଳିଯାଇପାରେ। କଟକରେ ବିଜେଡିର ଦବଦବା କିଛି କମ୍ ନାହିଁ। ଏଥର କଟକ-ବାରବାଟୀ ଆସନରେ ମହମ୍ମଦ ମୋକିମ ଜିତିଛନ୍ତି। କିନ୍ତୁ ଚାରିପଟେ ବିଜେଡିର ଦବଦବା ଥିବା କାରଣରୁ ବିଜେଡି ଏଠି ରାଜନୈତିକ ଦୃଷ୍ଟିକୋଣରୁ ପୁରୀ ଅପେକ୍ଷା ଭଲରେ ଅଛି। ମାହାଙ୍ଗା ନିର୍ବାଟନମଣ୍ଡଳୀ ହେଲେ ବି ପ୍ରତାପ ଜେନା କଟକରେ ରୁହନ୍ତି ଓ ସରକାରରେ ସବୁ ପ୍ରମୁଖ ବିଭାଗ ଏବେ ତାଙ୍କ ହାତରେ। ଏକାସଙ୍ଗରେ ନଗର ଉନ୍ନୟନ, ପଞ୍ଚାୟତିରାଜ, ପୁଣି ଆଇନ ବିଭାଗ ସେ ନିଜ ହାତରେ ରଖିଛନ୍ତି।

ଭୁବନେଶ୍ବରରେ ସାଂସଦ କେବଳ ବିଜେପିର।କିନ୍ତୁ ଏକାମ୍ର କ୍ଷେତ୍ରରୁ ବିଧାନସଭାକୁ ପ୍ରତିନିଧିତ୍ବ କରୁଥିବା ଅଶୋକ ପଣ୍ଡା ସେବାୟତ ସଂପ୍ରଦାୟର ଓ ବେଶ ପ୍ରଭାବୀ ବି। ଗତ ସରକାର ସମୟରେ ସେ ମନ୍ତ୍ରୀ ଥିଲେ, ଏଥର ବି ଅଛନ୍ତି।

ଏବେ ରାଜନୈତିକ ମହଲ ଲକ୍ଷ୍ୟ ରଖିଛନ୍ତି ଯେ ପୁରୀ ଭଳି କଟକ ଓ ଭୁବନେଶ୍ବରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସେଭଳି ତ୍ବରାନ୍ବିତ ବେଗରେ ହୋଇପାରୁଛି ନା ନାହିଁ। ବିଏମସି କମିସନର କିମ୍ବା କଟକ ଜିଲ୍ଲାପାଳ ଏବଂ ସିଏମସି କମିସନର ଏହି ପ୍ରକ୍ରିୟାକୁ ସେଭଳି ଢଙ୍ଗରେ ଆଗକୁ ନେଇ ରେକର୍ଡ କରିପାରୁଛନ୍ତି ନା ପ୍ରକଳ୍ପକୁ ନେଇ ବିବାଦ ଛିଡା ହେଉଛି। ଯଦି ପୁରୀ ଭଳି ସମ୍ବେଦନଶୀଳ ତଥା ରାଜନୈତିକ ତଥା ଧାର୍ମିକ ଦୃଷ୍ଚିକୋଣରୁ ଅତି ସ୍ପର୍ଶକାତର ଅଞ୍ଚଳରେ ଜମି ଅଧିଗ୍ରହଣ କାର୍ଯ୍ୟ ରେକର୍ଡ ସମୟରେ ହୋଇପାରୁଛି, ତେବେ ଉଭୟ କଟକ ଓ ଭୁବନେଶ୍ବରରେ ସରକାରଙ୍କ ଉପସ୍ଥିତି ଥିବା କାରଣରୁ ଏହା ଆହୁରି ଶୀଘ୍ର ଶେଷ ହେବା ଉଚିତ୍ ବୋଲି ସମସ୍ତେ ବିଶ୍ବାସ କରୁଛନ୍ତି।

୫ଟି ସରକାର ପାଇଁ ମନ୍ତ୍ରୀ ଓ ବାବୁଙ୍କ ଦକ୍ଷତା ମାପିବା ପାଇଁ ଆଉ ବଡ଼ ସୁଯୋଗ କଣ ଅଛି?

Leave A Reply

Your email address will not be published.