ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଦୁର୍ଘଟଣା ନେଇଗଲା ୭ଜୀବନ

0

ଗଞ୍ଜାମ: ଗତକାଲି ରାତିରେ ତପ୍ତପାଣି ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ବି ଅଛନ୍ତି। ସେମାନଙ୍କ ପରିଚୟ ଜଣାପଡନାହିଁ। ଏହିସହିତ ୪୫ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ମାନେ ବ୍ରହ୍ମପୁର ଏବଂ ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରାଯାଇଛି। ଏବେ ବି ବସ ଭିତରେ କିଛି ଲୋକ ଚାପ ହୋଇ ରହିଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଘନ କୁହୁଡି ଯୋଗୁଁ ବସଟି ଦୁର୍ଘଟଣା ସାମ୍ନା କରିଥିଲା। କେହି କେହି ବ୍ରେକ୍ ଫେଲ୍ ହୋଇଯିବା କାରଣରୁ ଦୁର୍ଘଟଣା ଘଟିଥିବା କହୁଛନ୍ତି। ତପ୍ତପାଣି ଘାଟି ଅତିକ୍ରମ କରିବା ବେଳେ ବସଟି ଭାରସାମ୍ୟ ହରାଇ ପାଳୁଖୋଳା ନିକଟସ୍ଥ ବ୍ରିଜ୍‌ ତଳକୁ  ଓଲଟି ପଡିଥିଲା। ପାଖାପାଖି ରାତି ୩ଟା ବେଳେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକ ସୂଚନା ଦେଉଛନ୍ତି।

ରାୟଗଡା କାଶୀପୁର ଠାରୁ ବ୍ରହ୍ମପୁର ଯାଉଥିବା ମାରୁତି ନାମକ ବସରେ ପ୍ରାୟ ୫୦ରୁ ଅଧିକ ଲୋକ ଥିଲେ। ବସଟି ବ୍ରହ୍ମପୁର ଆସୁଥିଲା। ତେବେ ଦୁର୍ଘଟଣାସ୍ଥଳରେ ଘଞ୍ଚ ଜଙ୍ଗଲ ଓ ଦୁର୍ଘଟଣାସ୍ଥଳରେ ପାଣି ଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। 

Leave A Reply

Your email address will not be published.