ପ୍ରମୁଖ ଖବର

ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

ସୁରମା ପାଢୀ ହେବେ ବାଚସ୍ପତି

0

ଭୁବନେଶ୍ବର: ବାଚସ୍ପତି ହେବେ ସୁରମା ପାଢୀ। ବିଜେପି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତି ହୋଇଥିବା ସୂଚନା ମିଳିଛି। ଆଜି ବିଜେପିର ବିଧାୟକ ଦଳ ବୈଠକ ବସିଥିଲା। ଏହି ବୈଠକ ପରେ ସୁରମା ପାଢୀଙ୍କ ନାଁ ଘୋଷଣା କରାଯାଇଛି।

ନୟାଗଡ଼ ରଣପୁର ବିଧାୟିକା ହେଉଛନ୍ତି ସୁରମା ପାଢୀ। ରାଜନୀତିରେ ତାଙ୍କର ବେଶ୍ ଅଭିଜ୍ଞତା ରହିଛି। ତେଣୁ ଆଜି ତାଙ୍କ ନାଁ ବିଜେପିର ବିଧାୟକ ଦଳ ବୈଠକରେ ଘୋଷଣା କରାଯାଇଛି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ। ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ନିର୍ଦ୍ଧାରିତ ସମୟ ଦିନ ୧୨ଟା ସୁଦ୍ଧା ସୁରମା ପାଢ଼ୀଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ସୁରମା ବାଚସ୍ପତି ହେବା ନିଶ୍ଚିତ ବୋଲି ଜଣାଯାଇଛି। ଆସନ୍ତାକାଲି ବାଚସ୍ପତି ଭାବେ ସୁରମା ପାଢ଼ୀଙ୍କ ନାଁ ଘୋଷଣା ହେବା ପାଇଁ ବାକି ରହିଛି।

Leave A Reply

Your email address will not be published.