ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍‌

0

ଭୁବନେଶ୍ୱର; ଭୁବନେଶ୍ୱରରେ ଖୋଲିବାକୁ ଯାଉଛି ଚାଉଳ ଏଟିଏମ୍‌। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏହି ଚାଉଳ ଏଟିଏମ୍‌ ଖୋଲିବ। ଏଥିପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ, ଯାହାଦ୍ୱାରା ସେମାନେ ଚାଉଳ ଉଠାଇବେ।

ଏହି ଉପାୟରେ ମେସିନ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ। ଆଗାମୀ ସପ୍ତାହକ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ। ପରେ ରାଜ୍ୟର ସବୁ ଜିଲାରେ ଏପରି ଚାଉଳ ଏଟିଏମ୍‌ ଖୋଲାଯିବାର ଯୋଜନା ରହିଛି।

Leave A Reply

Your email address will not be published.