ପ୍ରମୁଖ ଖବର

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କଲେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ
ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍
ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି
ଗିରଫ ହେଲେ କୋଟିପତି ଡିଏଫଓ ନିତ୍ୟାନନ୍ଦ ନାୟକ

ବିଷାକ୍ତ ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି

0


ତାମିଲନାଡୁ: ତାମିଲନାଡୁ କଲ୍ଲାକୁରିଚି ଜିଲ୍ଲାରେ ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। କାଲ୍ଲାକୁରୁଚିରେ ଘଟିଥିବା ଦୁଃଖଦ ଘଟଣାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଶୋକ। ଏହାକୁ ନେଇ ରାଜ୍ୟ ଅବକାରୀ ମନ୍ତ୍ରୀ ଏସ. ମୁଥୁସ୍ୱାମୀଙ୍କ ଇସ୍ତଫା ଦାବି କରିଛି ବିଜେପି। ଶାସକ ଡିଏମକେ ବିରୋଧରେ ବି ଆନ୍ଦୋଳନ କରିଛି ବିଜେପି।

ବେଆଇନ ଦେଶୀ ମଦ ପିଇ ମଙ୍ଗଳବାର ୧୯୩ ଜଣ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ବର୍ତ୍ତମାନ ସୁଦ୍ଧା ୧୯୩ ଅସୁସ୍ଥଙ୍କ ମଧ୍ୟରୁ ୧୪୦ ଜଣଙ୍କ ଅବସ୍ଥା ଏବେ ବି ସ୍ଥିର ଅଛି ବୋଲି କହିଛନ୍ତି ଜିଲ୍ଲାପାଳ ଏମଏସ ପ୍ରଶାନ୍ତ। ୧୪ଜଣଙ୍କୁ ରିମାଣ୍ଡରେ ପୋଲିସ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମେଡିକାଲ ଯାଞ୍ଚ ଲାଗି ହସ୍ପିଟାଲକୁ ନିଆଯାଇଛି। ଘଟଣାର ତଦନ୍ତଭାର ତାମିଲନାଡୁ ପୋଲିସର ସିବିଆଇ ସିଆଇଡି ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ବିଭିନ୍ନ ମେଡିକାଲ କଲେଜରୁ ୫୬ ଜଣ ଡାକ୍ତରଙ୍କୁ ଅଣାଯାଇ ରୋଗୀ ସେବାରେ ନିୟୋଜିତ କରାଯାଇଛି।

Leave A Reply

Your email address will not be published.