ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ଜିଏସଟି ପରିସରଭୁକ୍ତ ହୋଇପାରେ ପେଟ୍ରୋଲ, ଡିଜେଲ

0

ପେଟ୍ରୋଲ ଏବଂ ଡିଜେଲ ସମେତ ତୈଳଜାତ ଉତ୍ପାଦଗୁଡ଼ିକ ଖୁବଶୀଘ୍ର ଜିଏସଟି ପରିସରଭୁକ୍ତ ହୋଇପାରେ। କାରଣ କେନ୍ଦ୍ର ସରକାର ଏ ନେଇ ସବୁଜ ସଙ୍କେତ ଦେଇଛନ୍ତି ଏବଂ ଏ ସମ୍ପର୍କିତ ଅବଶିଷ୍ଟ ନିଷ୍ପତ୍ତି ରାଜ୍ୟଗୁଡ଼ିକ ଉପରେ ଛାଡ଼ିଛନ୍ତି। ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିବା ପାଇଁ କେନ୍ଦ୍ର ସରକାର ଚାହାନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି। ତେବେ ଏହି ତୈଳ ଉପରେ ଜିଏସ୍‌ଟି ହାର ସମ୍ପର୍କରେ ରାଜ୍ୟ ସରକାରଗୁଡ଼ିକ ନିଷ୍ପତ୍ତି ନେବେ। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ଆଇନ ପରିସରକୁ ନେବା ଲାଗି ବ୍ୟବସ୍ଥା କରିଥିଲେ। ତେଣୁ ରାଜ୍ୟଗୁଡ଼ିକ ଏକତ୍ର ଏହା ଉପରେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ସୀତାରମଣ ସ୍ପଷ୍ଟ କରିଛନ୍ତି।

ପେଟ୍ରୋଲ, ଡିଜେଲ ଜିଏସଟି ପରିସରଭୁକ୍ତ ହୋଇ ନ ଥିବାରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପୃଥକ ଟିକସ ସଂଗ୍ରହ କରୁଥିବା ଯୋଗୁ ଏହି ଉତ୍ପାଦର ମୂଲ୍ୟ ସବୁବେଳେ ଅଧିକ ରହୁଛି, ଯାହାର ବୋଝ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଖାଉଟିଙ୍କ ଉପରେ ପଡ଼ୁଛି। ତେଣୁ ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଦୀର୍ଘଦିନ ହେବ ଦାବି ହୋଇଆସୁଛି।

Leave A Reply

Your email address will not be published.