ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ନିଟ୍ ରଦ୍ଦ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ ମମତା ବାନର୍ଜୀ

0

ନୂଆଦିଲ୍ଲୀ: ପେପର୍‌ ଲିକ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ। ନିଟ୍ ରଦ୍ଦ କରିବାକୁ ଚିଠିରେ ମମତା ବାନାର୍ଜୀ ଦାବି କରିଛନ୍ତି। ଏହା ସହ ପୁରୁଣା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ୍ ବୋଲି ମମତା ଉଲ୍ଲେଖ କରିଛନ୍ତି।

ମମତା ବାନାର୍ଜୀ ଆହୁରି ଲେଖିଛନ୍ତି ଯେ, ନିଟ୍ ପରୀକ୍ଷାରେ ପେପର୍‌ ଲିକ, ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀଙ୍କ ଦ୍ୱାରା ଲାଞ୍ଚ ନେବା, ଛାତ୍ରୀଛାତ୍ରମାନଙ୍କୁ ଗ୍ରେସ୍ ମାର୍କ ଇତ୍ୟାଦି ବିଷୟରେ ଗମ୍ଭୀର ଅଭିଯୋଗ ଆସୁଛି। ଏହି ଅଭିଯୋଗଗୁଡିକ ତୁରନ୍ତ ଧ୍ୟାନ ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆବଶ୍ୟକ ରହିଛି। ପେପର ଲିକ୍ ଦ୍ୱାରା ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରଭାବିତ ହେଉଛି। ଏଭଳି ଘଟଣା କେବଳ ଦେଶରେ ଡାକ୍ତରୀ ପରୀକ୍ଷାର ଗୁଣବତ୍ତାକୁ ସଙ୍କୋଚନ କରେ ନାହିଁ ବରଂ ଦେଶର ସ୍ବାସ୍ଥ୍ୟ ସେବା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.