ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ

0

ନୂଆଦିଲ୍ଲୀ: ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ଦେଶର ପରବର୍ତ୍ତୀ ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ। ଆଜି ଜେନେରାଲ ମନୋଜ ପାଣ୍ଡେଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ। ଦେଶର ୩୦ତମ ସ୍ଥଳସେନାଧ୍ୟକ୍ଷ ହେବେ ଲେପ୍ଟେନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ। ଦେଶରେ ବର୍ତ୍ତମାନ ସ୍ଥଳସେନାର ଆଧୁନିକୀକରଣ ଏବଂ ବ୍ୟବସ୍ଥା ପରିବର୍ତ୍ତନ ଜାରି ରହିଥିବାବେଳେ ଏହି ସମୟରେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ଦାୟିତ୍ଵ ଗ୍ରହଣ କରିବେ। ନର୍ଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦୀର୍ଘ ବର୍ଷ ଧରି ଦେଶର ସେବା କରି ଆସିଛନ୍ତି ଲେପ୍ଟନାଣ୍ଟ ଉପେନ୍ଦ୍ର ଦ୍ଵିୱେଦୀ।

ଆଜି ଅପରାହ୍ନରେ ସେ ବିଧିବଦ୍ଧ ଭାବେ ଦେଶର ପରବର୍ତ୍ତୀ ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିବେ। ୧୯୬୪ ଜୁଲାଇ ପହିଲାରେ ଲେପ୍ଟନାଣ୍ଟ ଉପେନ୍ଦ୍ର ଦ୍ଵିୱେଦୀଙ୍କ ଜନ୍ମ। ୧୯୮୪ରେ ସେନାର ଜମ୍ମୁ କାଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ। ସେନାରେ ଦୀର୍ଘ ୪୦ ବର୍ଷ ଧରି ଦେଶର ସେ ସେବା କରି ଆସୁଛନ୍ତି। ମଧ୍ୟପ୍ରଦେଶ ରେୱା ସୈନିକ ସ୍କୁଲ ଛାତ୍ର ହେଉଛନ୍ତି ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦିୱେଦୀ।

Leave A Reply

Your email address will not be published.