ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ହାଥରସ୍‌ ଦଳାଚକଟା ଘଟଣାରେ ୬ ଗିରଫ

0

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାଥରସ୍‌ରେ ଘଟିଥିବା ଦଳାଚକଟା ମାମଲାରେ ଆୟୋଜନକାରୀ କମିଟିର ୬ ଜଣଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ଦଳାଚକଟା ଘଟଣାର ୭୨ ଘଣ୍ଟା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୬ ଜଣ ଗିରଫ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତ ଭୋଲେ ବାବା ଚମ୍ପଟ ମାରିଛନ୍ତି। ୬ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ଦୁଇ ମହିଳା ଅଛନ୍ତି । ସମସ୍ତେ ଆୟୋଜକ କମିଟିର ସଦସ୍ୟ ଏବଂ ‘ସେବକ’ ଭାବରେ କାର୍ଯ୍ୟ କରୁଥିଲେ। ଦଳାଚକଟା ପରେ ଏହି ଲୋକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଲିଗଡ଼ ଆଇଜି ଶଲଭ ମାଥୁର କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ପ୍ରକାଶ ମଧୁକରଙ୍କ ଗିରଫଦାରୀଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଖୁବ୍‌ଶୀଘ୍ର ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି କରାଯିବ। ଏହି ଘଟଣା କୌଣସି ଷଡ଼ଯନ୍ତ୍ରର ଅଂଶ ଭାବରେ ଘଟିଛି କି ନାହିଁ ଆମେ ମଧ୍ୟ ଅନୁସନ୍ଧାନ କରିବୁ।

ସେ କହିଛନ୍ତି, ଯଦି ଆବଶ୍ୟକ ହୁଏ, ନାରାୟଣ ସାକର ଛଦ୍ମନାମ ଭୋଲେ ବାବାଙ୍କୁ ପଚରାଉଚରା କରାଯିବ। ଭୋଲେ ବାବାଙ୍କ ନାମରେ ଏଫ୍‌ଆଇଆର୍‌ ନାହିଁ। ଦାୟିତ୍ୱ ସଂଗଠକଙ୍କ ଉପରେ ଅଛି। ସଂଗଠକଙ୍କ ନାମରେ ଏଫ୍‌ଆଇଆର୍‌ ରହିଛି। ଯେଉଁ ସେବକମାନେ ଭିଡ଼ ରୋକିବାରେ ପୋଲିସ ସହ ସହଯୋଗ କରି ନ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Leave A Reply

Your email address will not be published.