ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଚାବିରେ ନ ଖୋଲିଲେ ଭଙ୍ଗାଯିବ ରତ୍ନଭଣ୍ଡାର ତାଲା

0

ପୁରୀ: ପୁଣି ଝୁଲିକି ରହିଲା ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ବାହାରି ପାରିଲାନି କୌଣସି ନିଷ୍କର୍ସ। ଆସନ୍ତା ୯ ତାରିଖରେ ପୁଣି ବସିବ ତଦାରଖ କମିଟି ବୈଠକ। ସରକାରଙ୍କ ଅନୁମତି ପରେ ସବ କମିଟି ଗଠନ କରାଯିବ। ଏହାପରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ।

ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, “ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଥିବା ଜଣାପଡ଼ିଛି। ଟ୍ରେଜେରୀରୁ ଚାବି ଆଣିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ୯ ରେ ଏହି ଡୁପ୍ଲିକେଟ ଚାବି ଉପସ୍ଥାପନ ହେବ। ହେଲେ ଚାବି ବହୁ ପୁରୁଣା ହୋଇଥିବାରୁ ସେଥିରେ କାଳେ ନଖୋଲିବ ତେବେ ତାଲା ଭଙ୍ଗାଯିବ। ଏନେଇ ସରକାରଙ୍କ ଅବଗତ କରାଯିବା ପରେ ଯାହା ଏସଓପି ଜାରି ହେବ ସେନେଇ ନିଷ୍ପତି କାର୍ଯ୍ୟକାରୀ ହେବ। ଅସ୍ଥାୟୀ ଭଣ୍ଡାରକୁ ସିସିଟିଭି ନଜର ରଖିବ। ରତ୍ନର ଗଣତି ମଣତି ସମୟରେ ଏହାର ତଦାରଖ କମିଟି ପକ୍ଷରୁ କରାଯିବ। ରତ୍ନ ଗହଣା ଆଦି ଚିହ୍ନିବା ପାଇଁ ବିଶେଷଜ୍ଞଙ୍କୁ ଅଣାଯିବ। ଯିଏ କି ସ୍ଵର୍ଣ୍ଣ ଅଳଙ୍କାର ଚିହ୍ନଟରେ ବେଶ ଦକ୍ଷ ହୋଇଥିବେ। ଶ୍ରୀମନ୍ଦିର ପରିଚାଳନା କମିଟି ଏମାନଙ୍କୁ ଡାକି ରତ୍ନ ଅଳଙ୍କାରର ଗଣତି କରିବେ। ତେବେ ରତ୍ନ ଭଣ୍ଡାର ମରାମତି ଓ ରତ୍ନ ଅଳଙ୍କାର ଗଣତି ପ୍ରକ୍ରିୟାକୁ ନେଇ ଶ୍ରୀ ମନ୍ଦିରରେ ଯେମିତି ଦୈନିକ ନୀତିକାନ୍ତିରେ ଅସୁବିଧା ନଉପୁଜେ ସେଥିପ୍ରତି ଦୃଷ୍ଟି ଦିଆଯିବ। ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ସମସ୍ୟା ନ ହୁଏ ତାକୁ ଦୃଷ୍ଟିରେ ରଖାଯାଇ ରତ୍ନ ଭଣ୍ଡାର ଖୋଲାଯିବ।”

“ରତ୍ନଭଣ୍ଡାରରେ ବିଭିନ୍ନ ମୂଲ୍ୟବାନ ଧାତୁ ରହିଛି। ୧୯୭୮ରେ ଗଣତି ପାଇଁ ୭୦ ଦିନ ସମୟ ଲାଗିଥିଲା। ଏବେ ଯେହେତୁ ଉନ୍ନତ ଟେକ୍ନୋଲୋଜି ଆସିଲାଣି, ତାହାର ବ୍ୟବହାର କରାଯାଇ କମ୍ ଦିନରେ ଗଣତି ସାରିବାକୁ ଚେଷ୍ଟା କରାଯିବ।” ଆସନ୍ତା ୯ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ପୁଣି ବସିବ ପରବର୍ତ୍ତୀ ବୈଠକ। ଯାହାକୁ ସମସ୍ତଙ୍କର ଅପେକ୍ଷା ରହିଛି।

Leave A Reply

Your email address will not be published.