ପ୍ରମୁଖ ଖବର

ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲ୍ ଦୋଷୀ, ମରିବା ଯାଏଁ ଜେଲ୍‌, ୧.୪ ଲକ୍ଷ ଟଙ୍କା ଜରିମାନା
ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ; ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ
ଧାନର ଏମଏସ୍‌ପି ୬୯ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର
ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ: ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର, ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା।
ପୁଣି ଜଣକୁ ଦଳିଦେଲା ଆମ ବସ୍‌: ଖଣ୍ଡଗିରିରେ ରାସ୍ତାରୋକ ଭାଙ୍ଗିଦେଲେ ୮ ବସ୍‌
କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର; ବେସାମରିକ ସେବାରେ ବୟସ ସୀମା ୪୨କୁ ବୃଦ୍ଧି
ପ୍ରବଳ ବର୍ଷା ନେଇ ଆଲର୍ଟ; ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ: ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

ରଥଯାତ୍ରାର ଦ୍ୱିତୀୟ ଦିନରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଗଲେ ମହାପ୍ରଭୁ

0

ପୁରୀ: ଆଜି ମହାପ୍ରଭୁଙ୍କର ରଥଯାତ୍ରାର ଦ୍ୱିତୀୟ ଦିନ। ଗତକାଲି ଗୋଟିଏ ଦିନରେ ତିନୋଟି ଉତ୍ସବ ଅର୍ଥାତ୍ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡୁଥିବା ବେଳେ ନିର୍ଦ୍ଧାରିତ ସମୟର ପୂର୍ବରୁ ଶେଷ ହୋଇଥିଲା ସମସ୍ତ ନୀତିକାନ୍ତି। ରଥଟଣା ଆରମ୍ଭ ହୋଇଥିଲେ ମଧ୍ୟ ଭକ୍ତଙ୍କୁ ଦେଖି ଅଧାରେ ଅଟକିଯାଇଥିଲା ଭାବବିନୋଦିଆ ଭକ୍ତ ବତ୍ସଳ ଭଗବାନଙ୍କ ରଥ। ମରିଚିକୋଟ ନିକଟରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଅଟକିଥିବା ବେଳେ ରାଜନଅର ଆଗରେ ଦେବୀ ସୁଭଦ୍ରାଙ୍କ ରଥ ଅଟକିଛି। ସେପଟେ ସିଂହଦ୍ୱାର ଆଗରୁ ମାତ୍ର କେଇ ପାଦ ଆଗକୁ ଯାଇ ଅଟକିଛି ନନ୍ଦିଘୋଷ।

ତେବେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତି ତମାମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଏବେ ପୁଣି ଆରମ୍ଭ ହୋଇଛି ଦ୍ୱିତୀୟ ଦିନର ରଥଟଣା । ଆଜି ଜନ୍ମବେଦୀରେ ପହଞ୍ଚିବେ ଶ୍ରୀଜିଉ। ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ବିଶ୍ୱନିଅନ୍ତା ମହାପ୍ରଭୁଙ୍କ ଘୋଷଯାତ୍ରାର ଆଜି ଦ୍ଵିତୀୟ ଦିନ। ସକାଳୁ ସକାଳୁ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଛି ବଡଦାଣ୍ଡ। ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଆଖି। ଗତକାଲି ବଡଦାଣ୍ଡରେ ଅଟକିଥିବା ତିନିରଥ ଆଜି ଶରଧାବାଲିରେ ପହଞ୍ଚିବ। ରତ୍ନବେଦୀରୁ ଜନ୍ମବେଦୀକୁ ଅଭିମୁଖେ ଦାରୁବ୍ରହ୍ମ।

Leave A Reply

Your email address will not be published.