ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ହେମନ୍ତ ସୋରେନ୍‌ଙ୍କ ଜାମିନ୍‌ ବେଆଇନ୍‌ : ଇଡି

0

ଝାଡ଼ଖଣ୍ଡ: ପୁଣି ଅଡୁଆରେ ପଡି ପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଜାମିନ୍‌ ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଇଡି ଏନେଇ କହିଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଯେଉଁ ଜାମିନ୍‌ ପ୍ରଦାନ କରିଛନ୍ତି ତାହା ବେଆଇନ୍‌। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟଙ୍କୁ ଯେଉଁ ଆଧାରରେ ବେଲ୍‌ ମଞ୍ଜୁର ହୋଇଛି ତାହା ଯୁକ୍ତିଯୁକ୍ତ ନୁହେଁ।

ସୂଚନା ଥାଉକି, ସୋରେନ୍‌ ଜୁନ୍‌ ୨୮ ତାରିଖରେ ରାଞ୍ଚିର ବିର୍ସା ମୁଣ୍ଡା ଜେଲ୍‌ରୁ ଜାମିନ୍‌ରେ ମୁକୁଳି ଥିଲେ। ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ବିଚାର କରି ତାଙ୍କୁ ଜାମିନ୍‌ ମଞ୍ଜୁର କରିଥିଲେ। ତେବେ ଜେଲ୍‌ରୁ ବାହାରିବା ପରେ ଜେଏମ୍‌ଏମ୍‌ ନେତା ଚମ୍ପାଇ ସୋରେନ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ହେମନ୍ତ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Leave A Reply

Your email address will not be published.