ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ତୃତୀୟ ଟି ୨୦ ଜିତିଲା ଭାରତ

0

ନ୍ୟୁଜ୍ ବ୍ୟୁରୋ: ତୃତୀୟ ଟି ୨୦ ଜିତିଲା ଭାରତ। ବୁଧବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୩ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀଲାଭ କରିଛି। ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୮୨ ରନ କରିଥିବାବେଳେ ଜିମ୍ବାଓ୍ବେ ୨୦ ଓଭରରେ ୬ ଉଇକେଟ ହରାଇ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା। ୪ ଓଭରରେ ମାତ୍ର ୧୫ ରନ ଦେଇ ୩ଟି ଉଇକେଟ ନେଇଥିବା ଓ୍ବାଶିଂଟନ ସୁନ୍ଦର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଟସ୍‌ଜିତି ବ୍ୟାଟିଂ ନେଇଥିବା ଭାରତ ଅଧିନାୟକ ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲଙ୍କ ମାଧ୍ୟମରେ ଭଲ ଆରମ୍ଭ କରିଥିଲା। ଦୁହେଁ ଓପନିଂ ଯୋଡ଼ିରେ ୬୭ ରନ ସଂଗ୍ରହ କରିଥିଲେ। ଜୟସ୍ବାଲ ୨୭ ବଲ୍‌ରୁ ୩୬ (୪ ଚୌକା, ୨ ଛକା) ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଗତ ମ୍ୟାଚରେ ଶତକ ହାସଲକାରୀ ଅଭିଷେକ ଶର୍ମା (୧୦ ରନ) ଏଠାରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି ବିଫଳ ହୋଇଥିଲେ ହେଁ ଋତୁରାଜ ଗାଏକ୍ୱାଡ୍‌ ୨୮ ବଲ୍‌ରୁ ୪୯ (୪ ଚୌକା, ୩ ଛକା) ରନ କରିବାରୁ ଭାରତ ସ୍କୋର ୧୮୨ରେ ପହଁଚି ଯାଇଥିଲା।

Leave A Reply

Your email address will not be published.