ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ଟଳିଲେ ୧୨ ମାଓବାଦୀ

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗଡଚିରୋଲି ଏସପି ନିଲୋତ୍ପଳ କହିଛନ୍ତି, ଅପରାହ୍ନରୁ ପ୍ରବଳ ଗୁଳି ବିନିମୟ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ ଖୋଜାଖୋଜି ବେଳେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ମୃତ ମାଓବାଦୀଙ୍କ ପରିଚୟ ଏବଂ ଏହି ଅଞ୍ଚଳର ସନ୍ଧାନ ଜାରି ରହିଛି।

ମହାରାଷ୍ଟ୍ରର ଗଡଚିରୌଲିରେ ୧୨ ମାଓବାଦୀ ନିହତ ହୋଇଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୨ ଜଣ ନକ୍ସଲ ନିପାତ ହୋଇଥିବାବେଳେ ବହୁ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେଥିମଧ୍ୟରେ ୩ଟି AK-୪୭, ଦୁଇଟି ରାଇଫଲ ଦି ରହିଛି । ସୂଚନା ମୁତାବକ ମହାରାଷ୍ଟ୍ରର ଗଡଚିରୌଲି ଜିଲ୍ଲାରେ ଚାଲିଥିଲା ମାଓ ଦମନ ଅଭିଯାନ। ଯେଉଁ ଅଭିଯାନ ସମୟରେ ଯବାନଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଜି (ବୁଧବାର) ସକାଳ ୧୦ଟା ସମୟରେ ଗଡଚିରୌଲିରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଯେଉଁଥିରେ ଡେପୁଟି ଏସପିଙ୍କ ନେତୃତ୍ବରେ ମହାରାଷ୍ଟ୍ର ପୋଲିସର ଏକ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ମୁଁ ଗଡଚିରୋଲି ପୋଲିସ ଟିମ୍‌ ପାଇଁ ୫୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରୁଛି।

Leave A Reply

Your email address will not be published.