ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଆଜି ଦାରୁଦିଅଁଙ୍କ ନୀଳାଦ୍ରି ବିଜେ

0

ପୁରୀ: ଆଜି ଦାରୁଦିଅଁଙ୍କ ନୀଳାଦ୍ରି ବିଜେ। ସରିଲା ଘୋଷଯାତ୍ରା। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ନୀତି ହେବ । ୧୨ ଦିନର ଲୀଳାଖେଳା ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ। ସ୍ନାନଯାତ୍ରାରୁ ଛାଡ଼ିଥିବା ରତ୍ନ ସିଂହାସନରେ ଆଜି ପୁନଃ ଅବସ୍ଥାପିତ ହେବେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା। ଆଜି ଅପରାହ୍ଣ ୪ଟାରୁ ଆରମ୍ଭ ହେବ ରଥାରୁଢ ଚତୁର୍ଦ୍ଧାମୂରତିଙ୍କ ଗୋଟି ପହଣ୍ଡି ।

ନୀଳାଦ୍ରିବିଜେ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ପ୍ରଶାସନ। ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜର ପ୍ରସ୍ତୁତି ସାରିଛନ୍ତି। ଏହି ମହାନ ପର୍ବର ଅନ୍ତିମ ଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ଅପେକ୍ଷାରତ। ନୀଳାଦ୍ରିବିଜେ ନୀତି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରଥ ଉପରେ ଠାକୁରଙ୍କ ନୀତିକୁ ତ୍ୱରାନ୍ୱିତ କରି ଅପରାହ୍ନ ୪ଟା ସୁଦ୍ଧା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ।

ଆଜି ଅପରାହ୍ନ ୪ଟାରୁ ପହଣ୍ଡି ବିଜେ ଆରମ୍ଭ ହେବ। ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ତିନି ଠାକୁର ପୁଣି ରତ୍ନସିଂହାସନରେ ଅବସ୍ଥାନ କରିବେ। ଆସନ୍ତାକାଲିଠୁ ପୁଣି ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଚହଳି ଆରମ୍ଭ ହୋଇଯିବ। ଏହାପରେ ନୀଳାଚଳ ଅବଢା ପାଇବେ ଭକ୍ତ ।

Leave A Reply

Your email address will not be published.