ପ୍ରମୁଖ ଖବର

ଇସ୍ତଫା ଦେବାର ୮ ଦିନରେ ସରକାରୀ ବାସଭବନ ଛାଡିବେ କେଜରିୱାଲ
ଝାଡ଼ଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହେମନ୍ତ ସୋରେନ
ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ: ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା

0

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା। ୨୦୨୪ – ୨୫ ଶିକ୍ଷା ବର୍ଷ ପାଇଁ ପ୍ରକାଶ ପାଇଲା ପ୍ରଥମ ଯୁକ୍ତ ଦୁଇ ମେଧା ତାଲିକା। ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ ମେଧା ତାଲିକାରେ ଆସିଛି। ସାମ୍ସ ୱେବସାଇଟରେ କଟ୍ ଅଫ ମାର୍କ ଲିଷ୍ଟ ପ୍ରକାଶ ପାଇଛି। ତାଲିକାରୁ ବାଦ ପଡିଛନ୍ତି ୪୯ ହଜାର ୬୨୧ ଜଣ ଛାତ୍ରଛାତ୍ରୀ। କଳାରେ ୨ ଲକ୍ଷ ୭୧ ହଜାର ୪୯୨ ଜଣ, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ, ବାଣିଜ୍ୟରେ ୨୪ ହଜାର ୩୫୪ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଧନ୍ଦାମୂଳକ ୪ ହଜାର ୯୭୮ ଜଣ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି।

ଅଗଷ୍ଟ ୧ ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା। କଳାରେ ୭୫.୧୭% ସହ ଆଗରେ ରହିଛି ରେଭେନ୍ସା ହାଇୟର୍ ସେକେଣ୍ଡାରୀ ସ୍କୁଲ୍। ବିଜ୍ଞାନରେ ୯୧.୫୦% ସହ ରେଭେନ୍ସା ହାଇୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି। ସେହିପରି ବାଣିଜ୍ୟରେ ୭୭% ସହ ରେଭେନ୍ସା ହାଇୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି। ଆସନ୍ତା ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ହେବ ନାମ ଲେଖା। ନିଜ ପସନ୍ଦର କଲେଜରେ ପଢ଼ିବାକୁ ଇଛୁକ ଛାତ୍ର ଛାତ୍ରୀ ୨୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚୟନ କରିପାରିବେ। ଆସନ୍ତା ଅଗଷ୍ଟ ୧ ରୁ ପାଠପଢ଼ା ଆରମ୍ଭ ହେବ।

Leave A Reply

Your email address will not be published.