ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଆଇଏଏସ ଉଷା ପାଢ଼ୀଙ୍କ ନାମରେ ସାଇବର ଠକେଇ ଉଦ୍ୟମ

0

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଧିକାରୀ ତଥା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନାମରେ ସାଇବର ଠକେଇ ଉଦ୍ୟମ ହୋଇଛି। କେହି ସାଇବର ଠକ୍‌ ଉଷା ପାଢୀଙ୍କ ନାଁରେ ଫେକ୍‌ ଆଇଡି ଖୋଲି ଟଙ୍କା ମାଗୁଛନ୍ତି। ଶ୍ରୀମତି ପାଢ଼ୀଙ୍କ ନାମରେ ହ୍ବାଟ୍ସଆପରେ ନକଲି ଆକାଉଣ୍ଟ ଖୋଲି ତାଙ୍କ ଫଟୋକୁ ଡିପି ରଖି ଜଣାଶୁଣା ଲୋକଙ୍କୁ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଛି। କିଛି ଠକ ହ୍ବାଟ୍‌ସଆପରେ ଉଷାଙ୍କ ଫଟୋ ଥିବା ଡିପି ରଖି ତାଙ୍କର ସମ୍ପର୍କୀୟ ଏବଂ ଚିହ୍ନା ପରିଚିତ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଏକାଧିକ ନମ୍ବରକୁ ମେମେଜ କରି ଠକ ଟଙ୍କା ମାଗୁଥିବା ନେଇ ସେ ସୂଚନା ଦେଇଛନ୍ତି।

ଶ୍ରୀମତି ପାଢ଼ୀ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଜନସାଧାରଣଙ୍କୁ ଅବଗତ କରିଛନ୍ତି। ସାଇବର ଠକ ପାଢ଼ୀଙ୍କ ନିକଟ ସମ୍ପର୍କୀୟ ଏବଂ ଚିହ୍ନାଜଣା ଲୋକଙ୍କୁ ହ୍ବାଟ୍ସଆପରେ ବାର୍ତ୍ତା ପଠାଇ ୫୦ ହଜାର ଟଙ୍କା ମାଗୁଛନ୍ତି। ଏହାର ସ୍କ୍ରିନସଟକୁ ପାଢ଼ୀ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଶେୟାର କରିବା ସହିତ ଏଭଳି ଠକଙ୍କଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.