ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଆଇଏଏସ ଉଷା ପାଢ଼ୀଙ୍କ ନାମରେ ସାଇବର ଠକେଇ ଉଦ୍ୟମ

0

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଧିକାରୀ ତଥା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନାମରେ ସାଇବର ଠକେଇ ଉଦ୍ୟମ ହୋଇଛି। କେହି ସାଇବର ଠକ୍‌ ଉଷା ପାଢୀଙ୍କ ନାଁରେ ଫେକ୍‌ ଆଇଡି ଖୋଲି ଟଙ୍କା ମାଗୁଛନ୍ତି। ଶ୍ରୀମତି ପାଢ଼ୀଙ୍କ ନାମରେ ହ୍ବାଟ୍ସଆପରେ ନକଲି ଆକାଉଣ୍ଟ ଖୋଲି ତାଙ୍କ ଫଟୋକୁ ଡିପି ରଖି ଜଣାଶୁଣା ଲୋକଙ୍କୁ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଛି। କିଛି ଠକ ହ୍ବାଟ୍‌ସଆପରେ ଉଷାଙ୍କ ଫଟୋ ଥିବା ଡିପି ରଖି ତାଙ୍କର ସମ୍ପର୍କୀୟ ଏବଂ ଚିହ୍ନା ପରିଚିତ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଏକାଧିକ ନମ୍ବରକୁ ମେମେଜ କରି ଠକ ଟଙ୍କା ମାଗୁଥିବା ନେଇ ସେ ସୂଚନା ଦେଇଛନ୍ତି।

ଶ୍ରୀମତି ପାଢ଼ୀ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଜନସାଧାରଣଙ୍କୁ ଅବଗତ କରିଛନ୍ତି। ସାଇବର ଠକ ପାଢ଼ୀଙ୍କ ନିକଟ ସମ୍ପର୍କୀୟ ଏବଂ ଚିହ୍ନାଜଣା ଲୋକଙ୍କୁ ହ୍ବାଟ୍ସଆପରେ ବାର୍ତ୍ତା ପଠାଇ ୫୦ ହଜାର ଟଙ୍କା ମାଗୁଛନ୍ତି। ଏହାର ସ୍କ୍ରିନସଟକୁ ପାଢ଼ୀ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଶେୟାର କରିବା ସହିତ ଏଭଳି ଠକଙ୍କଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.