ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ପାଣି ଉଠାଇବା ବେଳେ ବୁଡ଼ିଗଲେ ଦୁଇ କାଉଡ଼ିଆ

0

କଟକ: କଟକ ଗଡଗଡିଆ ଘାଟରେ ଘଟିଛି ଏକ ଅଘଟଣ। କାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏନେଇ ରବିବାର ନଦୀ, ପୋଖରୀ ଘାଟରୁ ପାଣି ଉଠାଇ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ ସବୁଠି କାଉଡିଆଙ୍କ ଭିଡ଼ ଜମିଛି। ଏଭଳି ସ୍ଥିତିରେ କଟକ ଗଡ଼ଗଡ଼ିଆ ଘାଟରେ ମଧ୍ୟ କାଉଡିଆଙ୍କ ଭିଡ଼ ଲାଗିଛି।

ରବିବାର ଗଡ଼ଗଡ଼ିଆ ଘାଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘାଟରେ ପାଣି ଉଠାଇବାକୁ ଆସିଥିବା ୨ଜଣ କାଉଡ଼ିଆ ବୁଡି ଯାଇଥିବା ଜଣାପଡିଛି। ହେଲେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ନିଖୋଜ ଥିବା ବେଳେ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ଏପରିକି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଉଭୟ ଭୁବନେଶ୍ବରରୁ ଆସିଥିବା ଜଣାପଡିଛି।

Leave A Reply

Your email address will not be published.