ପ୍ରମୁଖ ଖବର

ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ପ‌ରିବେଶ ପଞ୍ଚାୟତରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ ନିୱାସଠାରେ ଆୟୋଜିତ ଏକ ସମାରୋହରେ ଆପ୍ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି, ଉପରାଜ୍ୟପାଳ ଭିକେ ସାକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ତାଙ୍କ ସହ ଆପ୍ ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଲାସ ଗେହଲୋଟ୍, ଇମ୍ରାନ ହୁସେନ୍ ଏବଂ ମୁକେଶ ଅହଲୱାତ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି
ବାୟୁସେନାର ନୂଆ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂ
ଗିରଫ ହେଲେ ଗ୍ରାମ୍ୟ ନିର୍ମାଣ ମଣ୍ଡଳର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି ହରିହର ରାଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

କେରଳର ଓ୍ବାୟାନାଡରେ ଭୁସ୍ଖଳନ , ୧୦୬ ମୃତ

0

କେରଳ: କେରଳର ଓ୍ବାୟାନାଡ ଜିଲ୍ଲା ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ। କିଛି ସମୟ ବ୍ୟବଧାନରେ ଏକାଧିକ ସ୍ଥାନରେ ଭୁସ୍ଖଳନ ଘଟିଛି। ଏଥିରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୧୦୦ରୁ ଅଧିକ ମାଟି ତଳେ ଫସିରହିଥିବା ନେଇ ଆଶଙ୍କା କରାଯାଉଛି। ସେପଟେ ପାଖାପାଖି ୪୦୦ ଘର ମାଟିରେ ପୋତି ଯାଇଥିବାରୁ ଅନେକ ପରିବାର ବେଘର ହୋଇଯାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁଯାୟୀ ଆଜି ଭୋର ସମୟରେ କେରଳର ଓ୍ବାୟାନାଡ ଜିଲ୍ଲାର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିଲା। ଉଦ୍ଧାର କାର୍ଯ୍ୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (କେଏସଡିଏମଏ) କହିଛି ଯେ ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦଳ ନିୟୋଜିତ ହୋଇଛନ୍ତି। ସେପଟେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧା ସୃଷ୍ଟି ହେଉଛି।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ଯଥା ସମ୍ଭବ ସହାୟତା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏଥି ସହିତ ପିଏମଓ ଅଫିସରଙ୍କ ପକ୍ଷରୁ ମୃତକଙ୍କ ପରିବାରଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସହାୟତା କୋଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଲେଖିଛନ୍ତି ଯେ ୱାୟନାଡର କିଛି ଅଞ୍ଚଳରେ ଭୂସ୍ଖଳନ ଖବର ତାଙ୍କୁ ବ୍ୟଥିତ କରିଛି। ମୋର ସମ୍ବେଦନ ସେହିମାନଙ୍କ ସହିତ ଅଛି ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଆହତମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇ ସେଠାରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା ନିଶ୍ଚିତ କରିଛନ୍ତି।

Leave A Reply

Your email address will not be published.