ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପରିବର୍ତନର ଆହ୍ୱାନ ଦେଲେ ଶାହ

0

ଓଡ଼ିଆ ଭାଷା କହୁଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ବାଛ
ବିଜେଡି, କଂଗ୍ରେସ ବିକାଶ କଲେନି, ଏଥର ବିଜେପିକୁ ଦିଅ
ପଞ୍ଚାୟତ ନିର୍ବାଚନ ଫଳାଫଳ କହୁଛି, ଏଥର ପଦ୍ମଫୁଲର ସରକାର
ପ୍ରଚୁର ପରିଶ୍ରମ କରିବା ଲାଗି କର୍ମୀଙ୍କୁ କହିଲେ

କଟକ: ବିଜେଡିର ୧୯ ବର୍ଷର ଶାସନ ଚାଲିଲା । ୨୦୧୯ରେ ନିର୍ବାଚନହେବାକୁ ଯାଉଛି । ଏଥର ଏ ସରକାରଙ୍କୁ ବିଦା କରନ୍ତୁ । ଆପଣମାନେ କଂଗ୍ରେସକୁ ବାରମ୍ୱାର କ୍ଷମତା ଦେଲେ ଓଡ଼ିଶାର ବିକାଶ ହେଲାନି । ନବୀନ ବାବୁଙ୍କୁ ସୁଯୋଗ ଦେଲେ ଗରିବିରୁ ମୁକୁଳିପାରିଲା ନାହିଁଓଡ଼ିଶା । ଥରେ ବିଜେପିକୁ ୫ବର୍ଷ ପାଇଁ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ଏକ ନମ୍ୱର ସ୍ଥାନରେ ରହିବ ।
ସ୍ଥାନୀୟ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଳିଆରେ ଆଜି କର୍ମୀଙ୍କୁ ଏମିତି ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ରାଜ୍ୟ ସରକାରଙ୍କ ଉପରେ ଗର୍ଜିବା ସହିତ କର୍ମୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ଯଥେଷ୍ଟ ବଳ ଦେବାକୁ ଚେଷ୍ଟା କରିଥିଲେ । ହେଲେ ଏତେସବୁ ପରେ ବି କିନ୍ତୁ ଶ୍ରୀ ଶାହ ମିସନ ୧୨୦ ଶଦ୍ଦ ଧରି ଦମ୍ଭୋକ୍ତି ଦେଖାଇପାରି ନଥିଲେ ।
ପାଖାପାଖି ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିବା ହଜାର ହଜାର କର୍ମୀଙ୍କୁ ସମ୍ୱୋଧିତ କରି ଆଜି ଶ୍ରୀ ଶାହ କହିଥିଲେ, ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଏବେ ଦେଶର କୋଣ ଅନୁକୋଣରେ ଦେଖାଯାଉଛି, ୨୦୧୯ ଫଳାଫଳ ମୋଦୀଙ୍କ ସପକ୍ଷରେ ଯାଉଛି । ଏଣୁ ଓଡ଼ିଶାର ଲୋକେ ଏଥିରେ ଭାଗ ରଖିବା ଉଚିତ । ଏଠାରୁ ଉତ୍କଳବାସୀ ପ୍ରଚୁର ମାତ୍ରାରେ ସାଂସଦ ପଠାନ୍ତୁ, ଯାହା ଫଳରେ କେନ୍ଦ୍ରରେ ପୂର୍ଣ୍ଣ ବହୁମତ ସରକାର ଗଠନ ହେବ । ଆଜି ସମ୍ମେଳନରୁ କର୍ମୀମାନେ ସଂକଳ୍ପ କରି ଯାଆନ୍ତୁ, ଯେ ପର୍ଯ୍ୟନ୍ତ ମୋଦୀଙ୍କ ଶପଥ ହୋଇନି, ଆରାମ ନେବେନି କି ବିଶ୍ରାମ କରିବେନି । ଏହି ଅବସରରେ ମଧୁବାବୁଙ୍କ ସ୍ୱପ୍ନର ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପ କରିବା ଲାଗି ଆହ୍ୱାନ ଦେଇ ଶ୍ରୀ ଶାହ କହିଥିଲେ, ଆସନ୍ତା ବିଧାନସଭାରେ ଓଡ଼ିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ବାଛନ୍ତୁ । ପରିବର୍ତନ ଆଣନ୍ତୁ ।
କର୍ମୀଙ୍କୁ ବଳ ଦେବାକୁ ଯାଇ ଶ୍ରୀ ଶାହ କହିଥିଲେ, ଏହି ଦଳ କାର୍ଯ୍ୟକର୍ତାଙ୍କର ଦଳ । ଏହା ନେତାଙ୍କର ଦଳନୁହେଁ । ଆସନ୍ତା ସରକାର କେନ୍ଦ୍ରରେ ବିଜେପିର ସରକାର ହେବ । ଓଡ଼ିଶାରେ ବି ବିଜେପି ସରକାର କରିବ । ଉତ୍କଳ ପ୍ରଦେଶ ସହଯୋଗରେ କେନ୍ଦ୍‍୍ରରେ ସରକାର ହେବ । ଭାରତୀୟ ଜନତା ପାର୍ଟି ସରକାର ଗରିବ ଓ ଆଦିବାସୀଙ୍କର । ରାହୁଲ ବାବାଙ୍କ ଦଳ ଚାରି ପିଢି ଧରି ଅର୍ଥାତ୍‍ ପ୍ରାୟ ୫୫ ବର୍ଷ ଧରି ଶାସନ କଲେ । ଗରିବ ଘର ଚୁଲି ଜଳୁଥିଲା । ମୋଦୀ, ଧର୍ମେନ୍ଦ୍ର ଗ୍ୟାସ ଆଣିଲେ । ୮ କୋଟି ପରିବାର ନିକଟରେ ପାଇଖାନା ନଥିଲା । ସେମାନଙ୍କୁ ସମ୍ମାନ ବିଜେପି ଦେଲା । ୧୯ ହଜାର ଗାଁରେ ବିଜୁଳି ପହଞ୍ଚାଇବା କାମ ବି ବିଜେପି ସ
ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ଶାହ କହିଥିଲେ, କେନ୍ଦ୍ର ସରକାର ଏତେ ଯୋଜନା କରୁଥିଲେ ହେଁ, କିଛି ଯୋଜନାକୁ ନବୀନ ବାବୁଙ୍କ ସରକାର ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦେଉନାହାନ୍ତି । ଏହି ଅବସରରେ ସେ ଆୟୁଷ୍ମାନ ଯୋଜନାର ନାଁ ନେଇଥିଲେ । କହିଥିଲେ, ଏହି ଯୋଜନା ୫୦ କୋଟି ଗରିବଙ୍କର । ଏଥିରେ ପାଞ୍ଚ ଲକ୍ଷ ଟଙ୍କା ସୁବିଧା ମିଳିପାରିବ । ଏ ସାରା ଖର୍ଚ୍ଚ ଭାରତର ସରକାର ବହନ କରିବେ । ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ, ଏହି ଯୋଜନା କାହିଁକି ଗରିବଙ୍କୁ ମିଳିପାରୁନି? ସୁରଟରେ କାମ କରୁଥିବା ଲୋକ ରୋଗରେ ପଡିଲେ, କିଏ ତାର ଚିକିତ୍ସା କରିବ? ଯଦି ରାଜ୍ୟ ସରକାର ଏହି ଯୋଜନା ନେଇଥାନ୍ତେ, ତେବେ ସେମାନେ ଏଥିରୁ ଉପକୃତ ହୁଅନ୍ତେ । ହେଲେ ନବୀନଙ୍କ ମନରେ ଭୟ ରହିଛିଯେ ଏହି ଯୋଜନା ଲାଗୁ କଲେ ମୋଦୀ ସରକାର ଲୋକପ୍ରିୟ ହେବ । ଭାରତ ଜନତା ପାର୍ଟି ବଢିବ । କିନ୍ତୁ ନବୀନ ବାବୁ ଜାଣି ରଖିବା ଦରକାର ଯେ ପଞ୍ଚାୟତ ନିର୍ବାଚନ ଫଳାଫଳ ଜଣାଉଛି ଯେ ଆସନ୍ତା ସରକାର ବିଜେପି ସରକାର,ପଦ୍ମଫୁଲର ସରକାର ହେବ ।
ଶ୍ରୀ ଶାହ ଆହୁରି କହିଥିଲେ, ଓଡ଼ିିଶା ସମ୍ପତ୍ତିରେ ଭରପୂର । ଓଡ଼ି଼ିଶାବାସୀ କାହିଁକି ନୁହେଁ? ଗୁଜରାଟ, ମହାରାଷ୍ଟ୍ରର ବିକାଶ ହେଉଛି, ଏଥିରେ ଉତ୍କଳବାସୀଙ୍କର ଭୂମିକା ରହିଛି । ଏଠାରେ ସମ୍ପତ୍ତି ପଡିଛି । ପରିଶ୍ରମ କରିବା ଭଳି ଯୁବକ ଅଛନ୍ତି । ଓଡ଼ିଶା ବିକାଶ କାହିଁକି ହେଉନି? ସରକାର ଏମିତି ଅଛି, ଯିଏ ବିକାଶ କରିବା ଜାଣିନି । ଆମେ ଏମିତି ସରକାର ଦେବା, ଯିଏ ଓଡ଼ିଶାକୁ ନମ୍ୱର ୧ରେ ପରିଣତ କରିବ ।
ଶ୍ରୀ ଶାହ କହିଥିଲେ, ମୋଦୀ ନୂଆ ଓଡିଶା ତିଆରି କରିବାକୁ ଚାହୁଁଛନ୍ତି । ଗରିବି, ରୋଗୀ, ବେକାରୀ ନଥିବେ, ଏମିତି ଓଡ଼ିଶା ଗଠନ କରିବାକୁ ମୋଦୀ ଚାହୁଁଛନ୍ତି । ଓଡ଼ିଶା ଲୋକଙ୍କୁ ହିସାବ ଦେବାକୁ ଚାହୁଁଛି ଯେ ରାହୁଲ ବାବା ସରକାରରେ ୭୯ ହଜାର କୋଟି ଟଙ୍କା ମିଳିଥିଲା । ମାତ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରରେ ୨ଲକ୍ଷ ୧୧ହଜାର ୫୧୦ କୋଟି ଟଙ୍କା ମିଳିଛି । ଏହା ବ୍ୟତୀତ ୫୧ ହଜାର କୋଟି ଟଙ୍କା ଦିଆଗଲା । ୩୩ ହଜାର କୋଟି ଟଙ୍କାର ମୁଦ୍ରା ବ୍ୟାଙ୍କ ଲୋନ ଦିଆଗଲା । ୧ଲକ୍ଷ ୩୭ ୮୧୬ କୋଟି ପେଟ୍ରୋଲିୟମ ଦିଆଗଲା । ଡିଏମ୍‍ଏଫର ୪ହଜାର କୋଟି, ଏମିତି ମିଶାଇଲେ ମୋଟ ୫ଲକ୍ଷ ୧୩ ହଜାର କୋଟି ଟଙ୍କା ନରେନ୍ଦ୍ର ମୋଦୀ ସରକାର ଓଡ଼ିଶାକୁ ଦେଇଛନ୍ତି । ହେଲେ ଏ ଟଙ୍କା ଗାଁ ଯାଏ ପହଞ୍ଚିଲା କି? ୨୪ ଘଣ୍ଟା ବିଜୁଳି ଆସୁଛି? ପାଇପ ପାଣି ମିଳୁଛି? ୪୦ ପ୍ରତିଶତ ଲୋକଙ୍କୁ ଘର ମିଳିପାରିଲା ନାହି? ୩୦ ପ୍ରତିଶତ ଲୋକଙ୍କୁ ପିଇବା ପାଣି ମିଳୁନି? ମରୁଡି ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ରାଜ୍ୟ ସରକାର ସୁରକ୍ଷା ଦେଇପାରିଲେ ନାହିଁ ବୋଲି ପଚାରି ଶ୍ରୀ ଶାହ ଗର୍ଜିଥିଲେ ।
ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାଜ୍ୟର ଅନ୍ୟ ନେତାମାନେ ବି । ଏହା ପୂର୍ବରୁ ଆଜି ଅମିତ ଶାହ ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ଘର ବୁଲି ଦେଖିବା ସହିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ସେଠାରୁ ସେ କୁଳିଆ ଠାରେ ଆୟୋଜିତ ସଭାକୁ ଯାଇଥିଲେ ।

Leave A Reply

Your email address will not be published.