ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ପୁଣି କୁସ୍ତିକୁ ଫେରିବେ ଭିନେଶ ଫୋଗାଟ

0

ନୂଆଦିଲ୍ଲୀ: ଭାରତ ଫେରିଛନ୍ତି ଷ୍ଟାର ରେସଲର ଭିନେଶ ଫୋଗାଟ। ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଜଣେ ଗୋଲ୍ଡ ମେଡାଲିଷ୍ଟଙ୍କୁ ଯେପରି ସ୍ୱାଗତ କରାଯାଏ, ଭିନେଶଙ୍କୁ ଠିକ୍ ସେହିପରି ସ୍ୱାଗତ କରାଯାଇଛି। ଫ୍ୟାନଙ୍କ ଏ ଭଲ ପାଇବା ଏବଂ ସମର୍ଥନ ଦେଖି ଭାବୁକ ହୋଇ ପଡିଛନ୍ତି ଭିନେଶ। ସେ ଏହି ସମୟରେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ତେବେ ଭିନେଶ ଭାରତ ଫେରିବା ପୂର୍ବରୁ ଶୁକ୍ରବାର ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ଏଥିରେ ସେ ତାଙ୍କ ଅବସର ଉପରେ ଏକ ସମ୍ଭାବ୍ୟ ୟୁ-ଟର୍ଣ୍ଣ ସଙ୍କେତ ଦେଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ମିଳିତ ରୌପ୍ୟ ପଦକ ପାଇଁ ଆବେଦନ ପ୍ରତ୍ୟାଖ୍ୟାନ ହେବାର ଦୁଇ ଦିନ ପରେ ଏହି ପୋଷ୍ଟ ସେୟାର କରିଛନ୍ତି ଭିନେଶ ।

ଭାରତ ଫେରିବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ରେସଲର ସୋସିଆଲ ମିଡିଆରେ ଏକ ଲମ୍ବା ଏବଂ ଭାବପ୍ରବଣ ପୋଷ୍ଟ ଲେଖି ସେୟାର କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ ବୋଧହୁଏ ବିଭିନ୍ନ ପରିସ୍ଥିତିରେ ମୁଁ ୨୦୩୨ ପର୍ଯ୍ୟନ୍ତ ଖେଳିପାରେ। ଏହି ପୋଷ୍ଟରେ ଭିନେଶ ନିଜ କୋଚ ଓ ସହଯୋଗୀ ଷ୍ଟାଫଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଭାରତୀୟ କୁସ୍ତିଯୋଦ୍ଧା ୩ ପୃଷ୍ଠାର ଚିଠି ଶେୟାର କରି ନିଜର ମତ ରଖିଛନ୍ତି। ଫୋଗଟ କହିଛନ୍ତି ଯେ ପ୍ୟାରିସ ଅଲିମ୍ପିକ୍ସ ପରେ ଯଦି ଏପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା, ତେବେ ମୁଁ କୁସ୍ତିକୁ ବିଦାୟ ଦେଇ ନ ଥା’ନ୍ତି, ବରଂ ୨୦୩୨ ପର୍ଯ୍ୟନ୍ତ କୁସ୍ତି ଜାରି ରଖିଥା’ନ୍ତି। କିନ୍ତୁ ପ୍ୟାରିସ ଅଲିମ୍ପିକ୍ସ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, କୁସ୍ତିକୁ ବିଦାୟ ଦେବାକୁ ପଡିଲା। ଏଥି ସହିତ ଭିନେଶ ଏହି ଚିଠି ମାଧ୍ୟମରେ ଅବସରରୁ ୟୁଟର୍ନ ନେବାକୁ ସୂଚିତ କରୁଛନ୍ତି କି ବୋଲି ଚର୍ଚ୍ଚା ହେଉଛି। ଭିନେଶ ଆହୁରି ଲେଖିଛନ୍ତି, ହୋଇପାରେ ନିଜକୁ ୨୦୩୨ ପର୍ଯ୍ୟନ୍ତ ବିଭିନ୍ନ ପରିସ୍ଥିତିରେ ଖେଳୁଥିବା ଦେଖିପାରେ, କାରଣ ଯୁଦ୍ଧ ଏବଂ କୁସ୍ତି ମୋ ଭିତରେ ସର୍ବଦା ରହିବ। ଭବିଷ୍ୟତ ମୋ ପାଇଁ କ’ଣ ହେବ ମୁଁ ପୂର୍ବାନୁମାନ କରିପାରିବି ନାହିଁ।

ପ୍ୟାରିସ ଅଲିମ୍ପିକ୍ସ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ ଭିନେଶ ଫୋଗାଟ। ସମସ୍ତ ପ୍ରାରମ୍ଭିକ ମ୍ୟାଚରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ଫଳରେ ରେସଲିଂରୁ ଭାରତକୁ ରୌପ୍ୟ ନଚେତ ସ୍ୱର୍ଣ୍ଣ ମିଳିବା ନେଇ ଭିନେଶଙ୍କ ସମେତ ଦେଶବାସୀ ଆଶାବାଦୀ ରହିଥିଲେ। ମାତ୍ର ଫାଇନାଲ ମ୍ୟାଚ୍ ଦିନ ସବୁ କିଛି ବଦଳି ଯାଇଥିଲା। ୫୦ କେଜି ଓଜନରୁ ଭିନେଶ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରା ଯାଇଥିଲା।

Leave A Reply

Your email address will not be published.