ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଆସନ୍ତା ୨୯, ବର୍ଷାରେ ଭିଜିବ ଓଡିଶା

0

ଭୁବନେଶ୍ବର: ଆସନ୍ତା ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟା ରେ ଲଘୁଚାପ ଟି ଅଧିକ ଘନୀଭୂତ ହୋଇ ଚିହ୍ନିତ ଲଘୁଚାପ/ ଅବପାତ ରେ ପରିଣତ ହୋଇପାରେ। ଏହି ସିଷ୍ଟମ୍ ଟି ମୁଖ୍ୟତଃ ପଶ୍ଚିମ ଦିଗରେ ଅଗ୍ରସର ହୋଇ ଦକ୍ଷିଣ ଓଡ଼ିଶା – ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ରେ ପହଞ୍ଚିବାର ସମ୍ଭାବନା ରହିଛି।

ଉପୋରକ୍ତ ସିଷ୍ଟମ୍ ପ୍ରଭାବ ରେ ରାଜ୍ୟ ରେ ୨୮ ରୁ ୩୧ ଅଗଷ୍ଟ ଯାଏଁ ବର୍ଷା ସମ୍ଭାବନା ରହିଛି। ୨୮, ୨୯ ତାରିଖ ରେ ରାଜ୍ୟ ର ଅନେକ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ୨୯ ତାରିଖ ଅପରାହ୍ନ ପରେ ଉପକୂଳ ଓଡ଼ିଶା ରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୩୦ ଓ ୩୧ ତାରିଖ ରେ ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ୨୦ ସେମି ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଓଡ଼ିଶା ର କିଛି ଅଞ୍ଚଳ ରେ ମଧ୍ୟମ ଧରଣ ର ବର୍ଷା ସମ୍ଭାବନା ରହିଛି। ଏହି ସମୟ ରେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ପୂର୍ବାନୁମାନ_ ସାର୍ଥକ ମିଶ୍ର

Leave A Reply

Your email address will not be published.