ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବିଧାନସଭା ଭିତରକୁ ମୋବାଇଲ ଓ ପାଣି ବୋତଲ ମନା

0

ଭୁବନେଶ୍ୱର: ବାଚସ୍ପତିଙ୍କ କଡା ନିର୍ଦ୍ଦେଶ । କେହି ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇ ପାରିବେ ନାହିଁ । ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ମନା। କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏ ନେଇ ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏଣିକି କୌଣସି ବିଧାୟକ କିମ୍ବା ମନ୍ତ୍ରୀ ବିଧାନସଭା ଗୃହ ମଧ୍ୟକୁ ମୋବାଇଲ ନେଇ ଯାଇପାରିବେ ନାହିଁ ।

ସୂଚନା ମୁତାବକ, ଆଜି ଗୃହ ଚାଲିଥିବାବେଳେ, ସୋର ବିଧାୟକ ଗୃହରେ ଫଟୋ ଉଠାଉଥିବାବେଳେ ଏହାକୁ ବାରଣ କରିବା ସହ ରୋକଠୋକ ଶୁଣାଇଛନ୍ତି ବାଚସ୍ପତି ସୁରମା ପାଢୀ। ଏହାପରେ ବିଧାନସଭା ଗୃହ ମଧ୍ୟକୁ ମୋବାଇଲ ନ ନେଇ ଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।କେବଳ ସୋର ବିଧାୟକ ନୁହନ୍ତି ଅନେକ ବିଧାୟକ ମୋବାଇଲରେ କଥା ହେଉଥିବା ନଜିର ରହିଛି।କେବଳ ମୋବାଇଲ ଫୋନ ନୁହେଁ ବିଧାୟକ ମାନେ ପାଣି ବୋତଲ ନେଇ ମଧ୍ୟ ବିଧାନସଭା ଭିତରକୁ ଯାଇପାରିବେ ନାହିଁ । ବିଧାନସଭା ବାହାରେ ପିଇବା ପାଣିର ବ୍ୟବସ୍ଥା ରହିଛି। ତେଣୁ ବିଧାନସଭା ଭିତରେ ମୋବାଇଲର ବ୍ୟବହାର ଓ ପାଣି ବୋତଲ ବ୍ୟବହାର କରିବା ଅନୁଚିତ ବୋଲି କହିଛନ୍ତି ବାଚସ୍ପତି।

Leave A Reply

Your email address will not be published.