ବାଲେଶ୍ଵର: ବାଲେଶ୍ୱର ଜିଲା ଆଲୋଏଜ ନିକଟରେ ନିଖୋଜ ନାବାଳିକାଙ୍କର ମୃତଦେହ ଠାବ ହୋଇଛି। ରେମୁଣା ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ତଳୁ ନିଖୋଜ ଥିଲେ ୯ମ ଶ୍ରେଣୀର ଛାତ୍ରୀ। ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ।
ସୂଚନା ଅନୁସାରେ ତିନିଦିନ ହେଲା ନାବାଳିକାଜଣକ ନିଖୋଜ ଥିବା ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଥିଲା। ଏକ ବନ୍ଦ ଭଙ୍ଗା କୋଠରୀ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବନ୍ଦ କୋଠରୀ ଭିତରୁ ନାବାଳିକାଙ୍କ ମୃତଦେହ ଜବତ କରିଛି। ପରେ ଏହା ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ବୋଲି ସ୍ପଷ୍ଟ କରିଛି।
ଅନ୍ୟପକ୍ଷେ ପୋଲିସ ମୃତଦେହ ପାଖକୁ କାହାରିକୁ ଯିବାକୁ ଦେଉନାହିଁ। ସାଇଣ୍ଟଫିକ୍ମ୍ ତଦନ୍ତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇବ । ନଅ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାରକରି ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି। ଉକ୍ତ ଯୁବକଜଣଙ୍କ ସ୍ଥାନୀନ ଅଞ୍ଚଳର ହୋଇଥିବାବେଳେ ନାବାଳିକାକୁ ପଥରରେ ଛେଚି ହତ୍ୟା କରିଥିବା କୁହାଯାଉଛି।
ପ୍ରମୁଖ ଖବର
ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ