ଝାଡଖଣ୍ଡ: ବିଜେପିରେ ମିଶିଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ରାଞ୍ଚିରେ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଚମ୍ପାଇ ସୋରେନ ପଦ୍ମ ଧରିଛନ୍ତି । ତାଙ୍କ ସହ ବହୁ ସଂଖ୍ୟକ ଜେଏମଏମ କର୍ମୀ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି।
ଚମ୍ପାଇ ସୋରେନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଭାଜପାର ହୋଇଯାଇଛନ୍ତି। ସରକାରୀ ଭାବେ ସେ ଶୁକ୍ରବାର ଭାଜପାରେ ଯୋଗ ଦେଇଛନ୍ତି।ଦୁଇ ଦିନ ତଳେ ଚମ୍ପାଇ ସୋରେନ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ଜେଏମ୍ଏମ୍ ମଧ୍ୟ ଛାଡ଼ିଥିଲେ । ବୁଧବାର ଚମ୍ପାଇ ସୋରେନ ତାଙ୍କ ଦିଶୋମ ଗୁରୁ ଶିବୁ ସୋରେନଙ୍କୁ ଇସ୍ତଫା ପତ୍ର ଦେଇଥିଲେ।
ସୂଚନା ଅନୁସାରେ, ଚମ୍ପାଇ ସୋରେନ ଚଳିତ ବର୍ଷ ଫେବୃଆରୀ ୨ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ଭାବେ ୫ ମାସ ରହିଥିଲେ । ହେମନ୍ତ ସୋରେନ୍ ଜେଲରୁ ଆସିବା ପରେ ଚମ୍ପାଇ ସୋରେନ୍ ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଜୁଲାଇ ୪ରେ ପୁଣି ଥରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରଠୁ ଅସନ୍ତୋଷ ଥିଲେ ଚମ୍ପାଇ ସୋରେନ୍ ।
ପ୍ରମୁଖ ଖବର
୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍ ମାର୍ଜିନ୍
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି