ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

କ୍ଷମତା ଚୌକି ପାଇଁ ଲଢେଇ

0

ବିଜେପିର ସିବିଆଇ ବନାମ ବିଜେଡିର ପୁଲିସ
ଅରୁଣ, ଅତନୁଙ୍କୁ ସିବିଆଇ ସମନ
ଗୋଲକ, ଭୃଗୁଙ୍କୁ ପୁଲିସ ନୋଟିସ
ପରସ୍ପର ସଲାକୁସ୍ତି ପରେ ବଳ କଷାକଷି
ପ୍ରାକ୍‍ ନିର୍ବାଚନ ରାଜନୀତିରେ କମ୍ପନ
ସମ୍ପର୍କ ଭଲ ନାହିଁ, ଜଣାଇବାକୁ ଚାଲ୍‍ କି?

ଭୁବନେଶ୍ୱର: ବେଶ୍‍ କିଛି ମାସ ଧରି ସଲାକୁସ୍ତି ଚାଲିବା ପରେ ଏବେ ରାଜ୍ୟରେ ବିଜେଡି-ବିଜେପି ଲୁଚକାଳି ଖେଳ ଆରମ୍ଭ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରାକ୍‍ ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଆସିବା ସହିତ ବହୁ ଚର୍ଚ୍ଚିତ ଚିଟ୍‍ଫଣ୍ଡ ଠକେଇ ଘଟଣାରେ ସିବିଆଇ ତଦନ୍ତକୁ ବି ସାଙ୍ଗରେ ଫେରାଇ ଆଣିଛନ୍ତି । ସି-ସୋର ଚିଟ୍‍ଫଣ୍ଡ ମାମଲାରେ ସିବିଆଇର ହଠାତ୍‍ ବିଜେଡିର ଦୁଇ ଯୁବ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ଓ ଅତନୁ ସବ୍ୟସାଚୀଙ୍କ ନାମ ମନେ ପଡିଯାଇଛି । ଉଭୟଙ୍କୁ ହାଜର ହେବା ଲାଗି ସିବିଆଇ ନୋଟିସ ଜାରି କରାଯାଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ସୂଚନା ମିଳୁଛି । ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବିଜେଡିର ଆଉ ଦୁଇଜଣ ବଡ଼ ମୁଣ୍ଡକୁ ଆସନ୍ତା ଏଇ ସପ୍ତାହ ଶେଷ ବେଳକୁ ସମନ ଜାରି କରାଯାଇପାରେ ।
ବେଶ୍‍ କିଛି ବର୍ଷର ନିରବତା ପରେ ନିର୍ବାଚନ ପୂର୍ବରୁ ସିବିଆଇର ଏଭଳି ନୋଟିସ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଲାଣି । ଏହା ବିଜେଡିର କ୍ଷତି କରିପାରେ ଅବା ନିର୍ବାଚନ ରାଜନୀତିରେ ବିଜେପିକୁ ଫାଇଦା ଦେଇପାରେ କିନ୍ତୁ ସିବିଆଇର ବିଶ୍ୱସନୀୟତା ନେଇ ଯେଉଁ ପ୍ରଶ୍ନ ଚିହ୍ନ ଉଙ୍କି ମାରୁଥିଲା, ତାହା ଆହୁରି ଦୃଢ ହୋଇଛି ।
ଏହି ଘଟଣାରେ ବିଜେଡିି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଉଭୟ ନେତା ସିବିଆଇ ନୋଟିସ ପାଇନାହାନ୍ତି । ଗଣମାଧ୍ୟମ ଆଗରୁ କିଭଳି ପାଇଲା, ସେ ନେଇ ସେ ପ୍ରଶ୍ନ ଉଠାଇବା ସହିତ ଏହି ନୋଟିସ ପରବର୍ତୀ ସମୟରେ ଆସିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ଏଥିସହିତ ରାଜନୀତି ପାଇଁ ସିବିଆଇ କିଭଳି ବ୍ୟବହାର ହେଉଛି, ସେ କଥା ଠାରିଛନ୍ତି ।
ଅନ୍ୟପଟେ ବିଜେପିର ସିବିଆଇର ଜବାବ ବିଜେଡି ରାଜ୍ୟ ପୁଲିସ ମାଧ୍ୟମରେ ଦେଇଛିବୋଲି ଚର୍ଚା ହେଲାଣି । ୨୦୧୭ ମସିହା ଗଞ୍ଜାମ ଜିଲ୍ଲା ଛତ୍ରପୁରର ଯୁବ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ବିଜେପିର ଦୁଇଜଣ ନେତାଙ୍କୁ ହାଜର ହେବାକୁ ନୋଟିସ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ଫେବ୍ରୁଆରି ୭ ତାରିଖ ଓ ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବµିପାତ୍ରଙ୍କୁ ୯ ତାରିଖରେ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ କରାଯାଇଛି । ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀ ଆଜି ଗଣମାଧ୍ୟମକୁ ସନ୍ଧ୍ୟାରେ ଏଭଳି ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ରକୁ ରାଜନßତିକ ପ୍ରତିଶୋଧ ପରାଣୟତା ବୋଲି କହିଛନ୍ତି ।
ସାଧାରଣ ନିର୍ବାଚନ ପୂର୍ବରୁ ଏହି ଘଟଣା କିନ୍ତୁ ଭିନ୍ନ ସଙ୍କେତ ଦେଇଛି । କ୍ଷମତା ଚୌକି ହାସଲ ପାଇଁ ରାଜନୈତିକ ଦଳ କିଭଳି ସ୍ତରକୁ ଓହ୍ଲାନ୍ତି, ସେ ନେଇ ସାଧାରଣରେ ଆଲୋଚନା ଜାରି ରହିଛି । ଉଭୟ ବିଜେଡି-ବିଜେପିର ଆଚରଣକୁ ଏହି ମହଲ ଗ୍ରହଣ କରିବାକୁ ନାରାଜ ।
ଗୋଟିଏ ଗୋଷ୍ଠୀ ଏକଥା ବି କହୁଛନ୍ତି, ଉଭୟଙ୍କ ସଂପର୍କର ନିବିଡତା ଉପରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରଦା ହଟାଇବା ପରେ ଏହା ଏକ ନୂଆ ଚାଲ୍‍ । ଏମିତି କରି ଉଭୟ ସେମାନଙ୍କ ମଧ୍ୟରେ ତିକ୍ତତା ରହିଥିବା କଥା ଦେଖେଇ ହେବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.