ପ୍ରମୁଖ ଖବର

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ
ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ
ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି

ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ସ୍କୁଲ

0

କଟକ: ଗଣେଶ ପୂଜାରେ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା। ଏଣିକି ସ୍କୁଲ ଦେବ ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ। ନବମରେ ପଢିଥିବା ପିଲାମାନଙ୍କ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ରହିଛି। ବାପା, ମାଆଙ୍କ ନାଁ, ଜନ୍ମ ତାରିଖ ପରି ତଥ୍ୟ ପୋର୍ଟାଲରେ ଅପଲୋଡ଼ ହେବ । ଦଶମ ପରୀକ୍ଷାରେ ଏହି ତଥ୍ୟ ପୁଣି ରହିବ।

ସାର୍ଟିଫିକେଟ ପାଇବା ସମୟରେ ଏହି ସମୟରେ ତଥ୍ୟ ସବୁ ସାମ୍ସକୁ ସ୍କୁଲ ଦେବ। ଯାହା ଜୁକ୍ତ ଦୁଇ କଲେଜ ନାମଲେଖା ପାଇଁ ସୁବିଧା ହେବ ଏଥିପାଇଁ ନବମରୁ ହିଁ ଛାତ୍ରଛାତ୍ରୀମାନଙ୍କୁ ସବୁ ଠିକ ତଥ୍ୟ ଦେବାକୁ ପଡିବ। ହେଲେ ଭୁଲ ତଥ୍ୟ ଠିକ କରିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ। ସ୍କୁଲର ପ୍ରଧାନ ଶିକ୍ଷକ ଏହାକୁ ଯାଞ୍ଚ କରିବେ। ସିବିଏସଏଇ ଓ ଆଇସିଏସଇ ଯୁକ୍ତ ଦୁଇ ପାଇଁ ଵି ଏହି ତଥ୍ୟ ଦିଆଯିବ । ପ୍ରତି ବର୍ଷ ପାଖାପାଖି ୬ ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି।

ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ବୋର୍ଡର ପଦକ୍ଷେପକୁ ଆମେ ଚେଷ୍ଟା କରିବୁ ଯୁକ୍ତ ଦୁଇରେ କିପରି ନିର୍ଭୁଲ ଭାବେ ନାମଲେଖା ହୋଇ ପାରିବ। ଏହାକୁ କାର୍ଯ୍ୟକାରୀ କରିବାକୁ ବୋର୍ଡ ଓ ସାମ୍ସ ସହ ଆଲୋଚନା କରିବ ସିଏଚଏସଇ। ପିଲାମାନେ ରୁଚି ଓ ମାର୍କ ଆଧାରରେ ଷ୍ଟ୍ରିମ ନେଉଛନ୍ତି। ସାମ୍ସକୁ ବୋର୍ଡ ପିଲାମାନଙ୍କ ଯେଉଁ ଅନନ୍ୟ ଆଇଡି ବା ନମ୍ବର ଦେବ, ତାହା ପଞ୍ଜିକରଣ ଓ ନାମଲେଖା ଭଲ ଭାବେ ହୋଇ ପାରିବ ବୋଲି ଶିକ୍ଷା ବୋର୍ଡର ସଭାପତି କହିଛନ୍ତି।

Leave A Reply

Your email address will not be published.