ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଡାକ୍ତରଖାନା କେବୁଲରେ ଛନ୍ଦି ହୋଇ ଚାଲିଗଲା ରୋଗୀଙ୍କ ଜୀବନ

0

ନୀଳଗିରି: ରୋଗରୁ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତରଖାନା ଯାଇଥିଲେ। ହେଲେ ଜଣା ନଥିଲ ସେଠି ହିଁ ଜଗି ବସିଥିଲା ଯମ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡିକାଲରୁ। ମୃତକ ଜଣଙ୍କ ହେଉଛନ୍ତି ଆମ୍ବଝର ଗାଁର କରଣ ସିଂ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥତା ଯୋଗୁ ୫ ଦିନ ତଳେ କରଣ ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ସେ ଶୌଚ ହେବା ପାଇଁ ଯାଇଥିଲେ। ମେଡିକାଲ ଭିତରେ ଶୌଚାଳୟ ଅପରିଷ୍କାର ଥିବାରୁ କରଣ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ। ଶୌଚାଳୟ ନିକଟରେ କେବୁଲ ତାର ବିଛା ହୋଇଥିଲା। ପଡ଼ିଥିବା କେବୁଲ ତାରରେ କରଣଙ୍କ ଗୋଡ଼ ଛନ୍ଦି ହୋଇଯାଇଥିଲା। ସେ ତଳେ ପଡ଼ି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରୋଗୀଙ୍କ ସଂପର୍କୀୟ ଏହା ଦେଖି କରଣଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ଷ୍ଟ୍ରେଚର ଉଠାଇ ତାଙ୍କୁ ମେଡିକାଲ ଭିତରକୁ ଆଣିଥିଲେ। ସେଠାରେ ଡାକ୍ତର କରଣଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.