ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଦୁର୍ଘଟଣା ଘଟାଇବା ପାଇଁ ଟ୍ରେନ୍ ଟ୍ରାକରେ ସିମେଣ୍ଟ ଖଣ୍ଡ ରଖିଲେ ଦୁର୍ବୃତ୍ତ

0

ରାଜସ୍ଥାନ: ଉତ୍ତରପ୍ରଦେଶର କାନପୁର ପରେ ଏବେ ରାଜସ୍ଥାନର ପାଳି। ରାଜସ୍ଥାନର ଆଜମେର ଜିଲ୍ଲାରେ ଟ୍ରେନ ଦୁର୍ଘଟଣା କରେଇବା ପାଇଁ ହୋଇଥିଲା ବଡ ଷଡ଼ଯନ୍ତ୍ର। ରାଜସ୍ଥାନରେ ପୁଣି ଥରେ ଟ୍ରେନ୍‌‌ ଲାଇନଚ୍ୟୁତ କରିବା ମାମଲା ସାମ୍ନାକୁ ଆସିଛି। ଏଥର ଦୁର୍ବୃତ୍ତମାନେ ଅଜମେରର ସରାଧନା ଓ ବାଙ୍ଗଡ଼ ଗ୍ରାମ ରେଳଷ୍ଟେସନ ମଧ୍ୟରେ ଦୁଇଟି ସ୍ଥାନରେ ବଡ ବଡ ସିମେଣ୍ଟ ଖଣ୍ଡ ରଖିଥିଲେ। ଏହି ବଡ ବଡ ସିମେଣ୍ଟ ଖଣ୍ଡର ଓଜନ ୭୦କିଲୋ ହେବ ବୋଲି କୁହାଯାଇଛି। ଏହି ଷଡଯନ୍ତ୍ର ମାଧ୍ୟମରେ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଉଦ୍ୟମ କରାଯାଇଥିବା କୁହାଯାଉଛି।

ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ରେଳ ଟ୍ରାକରେ ସିମେଣ୍ଟ ବ୍ଲକ ରଖାଯାଇଥିଲା। କିଛି ଲୋକେ ମିଶି ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ରେଳ ଟ୍ରାକରେ ସିମେଣ୍ଟ ବ୍ଲକଗୁଡିକୁ ଟ୍ରେନ ଧକ୍କା ଦେବା ସତ୍ତ୍ୱେ ଟ୍ରେନ କୌଣସି କ୍ଷତି ହୋଇନଥିଲା। ଟ୍ରେନଟି ଯାତ୍ରା ଜାରି ରଖିବାରେ ସଫଳ ହୋଇଥିଲା। ସୂଚନାଯୋଗ୍ୟ, ସୋମବାର କାନପୁରର ରେଳ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ମିଳିଥିଲା। ଫଳରେ କାଲିନ୍ଦୀ ଏକ୍ସପ୍ରେସ ଏଥିରେ ଧକ୍କା ହେବା ପୂର୍ବରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।

ତେବେ ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରେନଟି ଉକ୍ତ ସିମେଣ୍ଟ ଖଣ୍ଡକୁ ଧକ୍କା ଦେଇ ଆଗକୁ ବଢିଯାଇଥିଲା। ସୌଭାଗ୍ୟବଶତଃ ମାଲଗାଡି ଟ୍ରେନଟି ଲାଇନଚ୍ୟୁତ ହୋଇନାହିଁ। ଏନେଇ ମାଙ୍ଗଲିୟାବାସ ଥାନାରେ ଆରପିଏଫ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ ଏଭଳି ଷଡଯନ୍ତ୍ର ଜାଣିଶୁଣି କରାଯାଇଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ ଗତ ୧୭ ଦିନ ମଧ୍ୟରେ ତୃତୀୟ ଥର ପାଇଁ ରାଜସ୍ଥାନରେ ଟ୍ରେନ୍‌‌ ଲାଇନଚ୍ୟୁତ କରିବାକୁ ଷଡଯନ୍ତ୍ର ହୋଇଛି। ଗତ ରବିବାର ରାତିରେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ କାନପୁରର ଶିବରାଜପୁର ଅଞ୍ଚଳ ଅତିକ୍ରମ ବେଳେ ରେଳ ଲାଇନରେ ଏକ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇନଥିଲା, ହେଲେ ଏହା ପଛରେ ଷଡଯନ୍ତ୍ର ରହିଥିବା କାନପୁର ପୁଲିସ ସନ୍ଦେହ କରିଥିଲା।

Leave A Reply

Your email address will not be published.