ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ରାଜ୍ୟରେ ଦୁଇ ଶହ ଗୋଶାଳା ତିଆରି କରିବେ ସରକାର

0

ଭୁବନେଶ୍ବର: ରାଜ୍ୟରେ ଦୁଇ ଶହ ଗୋଶାଳା ତିଆରି କରିବେ ସରକାର। ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ନିର୍ମାଣ ହେବ। ଆଜି ବିଧାନସଭା ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଘୋଷଣା କରିଛନ୍ତି।

ଏନେଇ ମନ୍ତ୍ରୀ କହିଛନ୍ତି, କୃତ୍ରିମ ପ୍ରଜନନ କରାଯାଇ ଦୁଗ୍ଧ ଉତ୍ପାଦନ ଅଧିକ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ସରକାର ଜିଲ୍ଲାକୁ ୨ଟି ଲେଖାଏଁ ଗାଈ ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ଯେଉଁମାନେ କି ଅଧିକ ମାତ୍ରାରେ କ୍ଷୀର ଦେଉଥିବେ।

ଏହାସହିତ ମନ୍ତ୍ରୀ ଏହାବି କହିଛନ୍ତି ଯେ, ସରକାରଙ୍କ ଯୋଜନା ରହିଛି ଯେ, ୨୦୦ଟି ଗୋଶାଳା ନିର୍ମାଣ କରାଯିବ। ଏଥିସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ। ଏହାସହିତ ମନ୍ତ୍ରୀ ଏହା ବି କହିଛନ୍ତି, ଯେ ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ଏନେଇ ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି। ଏଥିସହିତ ଗୋଖାଦ୍ୟ ପାଇଁ ଦୈନିକ ୫୪ ଟଙ୍କା ମିଳିବ।

Leave A Reply

Your email address will not be published.