ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ମାର୍ଚ୍ଚ ୨୦୨୫ ସୁଦ୍ଧା ସବୁ ରାଜସ୍ୱ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ

0

ଭୁବନେଶ୍ବର: ସବୁ ଗାଁକୁ ମିଳିବ ବିଜୁଳି। ମାର୍ଚ୍ଚ ୨୦୨୫ ସୁଦ୍ଧା ସବୁ ରାଜସ୍ୱ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ। ଆଜି ବିଧାନସଭାରେ ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।

ବିଧାନସଭା ପ୍ରଶ୍ନକାଳରେ ସମସ୍ତ ରାଜସ୍ଵ ଗାଁକୁ କେବେ ବିଜୁଳି ସଂଯୋଗ ହେବ ନେଇ ପ୍ରଶ୍ନ କରିଥିଲେ ବିରୋଧୀ। ତେବେ ଆସନ୍ତା ମାର୍ଚ୍ଚ ୨୫ ସୁଦ୍ଧା ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ବିଧାନସଭାରେ ଏହି ଘୋଷଣା କଲେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ପ୍ରଶ୍ନକାଳରେ ଅପହଞ୍ଚ ଅଂଚଳରେ କିପରି ବିଜୁଳି ସଂଯୋଗ ଦିଆଯିବ ତାହା ଉପରେ ଶାସକ ଓ ବିରୋଧୀ ବିଧାୟକ ଶକ୍ତି ମନ୍ତ୍ରୀକୁ ବାରମ୍ବାର ପ୍ରଶ୍ନ କରିଥିଲେ। ସ୍ମାର୍ଟ ମିଟର ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ଉତ୍ତର ରଖିଥିଲେ ଶକ୍ତିମନ୍ତ୍ରୀ। କହିଲେ, ଶକ୍ତି ସଂରକ୍ଷଣ ଶିଖ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ। କୌଣସି ସେବା ମାଗଣାରେ ମିଳିବ ଆଶା ରଖନାହିଁ। ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଏବଂ ମେସେଜ ଦିଆଯାଉଛି। ଅନେକ ସମୟରେ ସ୍ଵିଚ୍ ଅଫ୍ କେହି କରୁନାହାଁନ୍ତି।

ଗୃହରେ ଶକ୍ତିମନ୍ତ୍ରୀ ଉଦାହରଣ ଦେଇ କହିଥିଲେ ମୋବାଇଲ ଚାର୍ଜର ସ୍ଵିଚ୍ କେହି ବନ୍ଦ କରୁନାହାଁନ୍ତି। ଏହାଦ୍ୱାରା ଅଧିକ ବିଲ୍ ଆସିଥାଏ। ସବୁ ବିଧାୟକ ଉପଭୋକ୍ତାମାନଙ୍କୁ ସଚେତନ କରନ୍ତୁ ବୋଲି ନିବେଦନ କଲେ। ମିଟର ଅସୁବିଧା ଥିଲେ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ସମସ୍ୟା ଦୂର କରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ ୩୦୦ ୟୁନିଟ୍ ମାଗଣା ମିଳିବ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ ।

Leave A Reply

Your email address will not be published.