ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ଆସନ୍ତା ୧୮ରୁ ଯୁକ୍ତ ଦୁଇ ଫର୍ମ ପୂରଣ ଆରମ୍ଭ

0

ଭୁବନେଶ୍ବର: ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ପୂରଣ। ୧୮ ସେପ୍ଟେମ୍ବରରୁ ୧ ଅକ୍ଟୋବର ଯାଏଁ ଚାଲିବ ଫର୍ମ ପୂରଣ। ଯେଉଁମାନେ ଏହି ତାରିଖରେ ଫର୍ମ ପୂରଣ କରିପାରିବେ ନାହିଁ ସେମାନେ ଅକ୍ଟୋବର ୪ରୁ ୧୪ ଯାଏଁ ୨୦୦ ଟଙ୍କା ଜୋରିମାନାରେ ଫର୍ମପୂରଣ କରିପାରିବେ।

ସେହିପରି ୬୦୦ ଟଙ୍କା ଜୋରିମାନାରେ ନଭେମ୍ବର ୧୧ ରୁ ୧୮ ଯାଏଁ ଫର୍ମପୂରଣ କରିହେବ। ୨୦୨୫ ବାର୍ଷିକ ପରୀକ୍ଷା ପାଇଁ ହେବ ଫର୍ମ ଫିଲଅପ୍। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଇଁ ଫର୍ମପୂରଣ କରାଯିବ। ସମସ୍ତ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ କରିବେ ଫର୍ମ ପୂରଣ। ଏନେଇ ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.