ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ନଦୀକୁ ଡେଇଁଲେ ଅଙ୍ଗନାୱାଡି ସୁପରଭାଇଜର

0

ବ୍ରିଜ ଉପରେ ରହିଛି ସ୍କୁଟି, ମୋବାଇଲ୍ ଓ ଚପଲ
ସ୍କୁଟିରୁ ମିଳିଲା ଅନେକ ଡକ୍ୟୁମେଣ୍ଟ ଓ କାଗଜ ପତ୍ର

ଖରସ୍ରୋତା ସେତୁରୁ ନଦୀକୁ ଡେଇଁ ପଡ଼ିଲେ ମହିଳା। ଯାଜପୁର ବ୍ଲକ ଅନ୍ତର୍ଗତ ବରୁଆଁ ନିକଟସ୍ଥ ଖରସ୍ରୋତା ସେତୁ ଉପରେ ସ୍କୁଟି, ମୋବାଇଲ୍ ଓ ଚପଲ ରଖି ଡେଇଁ ପଡ଼ି ନିଖୋଜ ଅଛନ୍ତି ଯୁବତୀ। ସଦର ଥାନା ବରୁହାଁ ନିକଟ ସେତୁରୁ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ନିଖୋଜ ମହିଳା ଶ୍ରୀବନ୍ତପପୁର ଅଂଚଳର ମନ୍ଦାକିନୀ ସାମଲ ବୋଲି ଜଣାପଡିଛି।

ବ୍ରିଜ ଉପରେ ନିଜର ସ୍କୁଟି, ଜୋତା, ମୋବାଇଲ୍ ଫୋନ୍ ଥୋଇ ଭରା ନଦୀକୁ ଡେଇଁ ପଡ଼ିଛନ୍ତି। ତେବେ ମହିଳାଙ୍କ ସ୍କୁଟିରେ କେତେକ ଡକ୍ୟୁମେଣ୍ଟ ଓ କାଗଜ ପତ୍ର ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି ମୋବାଇଲ୍ ଫୋନ୍ ଜୋତାକୁ ପୋଲିସ ଜବତ କରିଛି।

ନିଖୋଜ ମନ୍ଦାକିନୀ ସାମଲ ରସୁଲପୁର ବ୍ଲକର ଅଙ୍ଗନାୱାଡି ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ପାରିବାରିକ କଳହ ପାଇଁ ଏକାକୀ ଭଡାରେ ରହୁଥିଲେ। ଖବର ପାଇ ବରୁଆଁ ଅଗ୍ନିଶମବାହିନୀ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି। ସଦର ପୋଲିସ ଘଟଣାସ୍ଥଳରୁ ସ୍କୁଟି, ମୋବାଇଲ ଆଧାରକାର୍ଡ ଜବତ କରିଛି।

Leave A Reply

Your email address will not be published.