ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ହ୍ୟାକ ହେଲା ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ଶୁକ୍ରବାର ହ୍ୟାକ ହୋଇଯାଇଛି। ହ୍ୟାକ ହେବା ପରେ ଏଥିରେ କ୍ରିପ୍ଟୋକରେନ୍ସି ସମ୍ପର୍କୀତ ବିଜ୍ଞାପନ ପ୍ରସାରିତ କରାଯାଇଥିଲା। ଏହା ଆମେରିକା କମ୍ପାନୀ ରିପଲ ଲ୍ୟାବ୍ସ ଦ୍ୱାରା ବିକସିତ କ୍ରିପ୍ଟୋକରେନ୍ସି ସଂସ୍ଥା। ସେହିପରି ଚ୍ୟାନେଲରେ ଏକ ବ୍ଲାଂକ ଭିଡିଓ ପ୍ରସାରିତ କରାଯାଇଥିଲା। ଏହାର ଶୀର୍ଷକ ବ୍ରେଂଡ ଗର୍ଲିଂଗହାଉସ ରହିଛି। ହ୍ୟାକ ହେବା ପରେ ସୁରକ୍ଷା ଏଜେନ୍ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ଦେଶର ସର୍ବୋଚ୍ଚ ନ୍ୟାୟଳୟ ସମ୍ବିଧାନ ଜନହିତ ସମ୍ପର୍କୀତ ମାମଲାର ଶୁଣାଣୀ ଏହି ଚ୍ୟାନେଲ ମାଧ୍ୟମରେ କରିଥାନ୍ତି।

୨୦୧୮ରେ ଏକ ମହତ୍ୱପୂର୍ଣ୍ଣ ମାମଲାର ଶୁଣାଣୀ ପ୍ରଥମେ ଏହା ମାଧ୍ୟମରେ କରାଯାଇଥିଲା। ସେତେବେଳର ସିଜେଆଇ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ ନ୍ୟାୟଳୟରେ ସର୍ବସମ୍ମତିକ୍ରମେ ଏହାର ନିର୍ଣ୍ଣୟ ନିଆ ଯାଇଥିଲା। ଖୁବ ଶୀଘ୍ର ଚ୍ୟାନେଲକୁ ବିପଦମୁକ୍ତ କରାଯିବ ବୋଲି ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.