ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ହ୍ୟାକ ହେଲା ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ଶୁକ୍ରବାର ହ୍ୟାକ ହୋଇଯାଇଛି। ହ୍ୟାକ ହେବା ପରେ ଏଥିରେ କ୍ରିପ୍ଟୋକରେନ୍ସି ସମ୍ପର୍କୀତ ବିଜ୍ଞାପନ ପ୍ରସାରିତ କରାଯାଇଥିଲା। ଏହା ଆମେରିକା କମ୍ପାନୀ ରିପଲ ଲ୍ୟାବ୍ସ ଦ୍ୱାରା ବିକସିତ କ୍ରିପ୍ଟୋକରେନ୍ସି ସଂସ୍ଥା। ସେହିପରି ଚ୍ୟାନେଲରେ ଏକ ବ୍ଲାଂକ ଭିଡିଓ ପ୍ରସାରିତ କରାଯାଇଥିଲା। ଏହାର ଶୀର୍ଷକ ବ୍ରେଂଡ ଗର୍ଲିଂଗହାଉସ ରହିଛି। ହ୍ୟାକ ହେବା ପରେ ସୁରକ୍ଷା ଏଜେନ୍ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ଦେଶର ସର୍ବୋଚ୍ଚ ନ୍ୟାୟଳୟ ସମ୍ବିଧାନ ଜନହିତ ସମ୍ପର୍କୀତ ମାମଲାର ଶୁଣାଣୀ ଏହି ଚ୍ୟାନେଲ ମାଧ୍ୟମରେ କରିଥାନ୍ତି।

୨୦୧୮ରେ ଏକ ମହତ୍ୱପୂର୍ଣ୍ଣ ମାମଲାର ଶୁଣାଣୀ ପ୍ରଥମେ ଏହା ମାଧ୍ୟମରେ କରାଯାଇଥିଲା। ସେତେବେଳର ସିଜେଆଇ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ ନ୍ୟାୟଳୟରେ ସର୍ବସମ୍ମତିକ୍ରମେ ଏହାର ନିର୍ଣ୍ଣୟ ନିଆ ଯାଇଥିଲା। ଖୁବ ଶୀଘ୍ର ଚ୍ୟାନେଲକୁ ବିପଦମୁକ୍ତ କରାଯିବ ବୋଲି ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.