ଇରାନ: ଇରାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। କୋଇଲା ଖଣିରେ ରବିବାର ମିଥେନ୍ ଗ୍ୟାସ୍ ଲିକ୍ ହେବା ପରେ ବଡ ବିସ୍ଫୋରଣ ଘଟିଛି।ଏହି ବିସ୍ଫୋରଣ ଇରାନର ଦକ୍ଷିଣ ଖୁରାସାନ ପ୍ରାନ୍ତରେ ହୋଇଛି। ଏଥିରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି।
ମଦଞ୍ଜୋ କମ୍ପାନୀ ଦ୍ୱାରା ପରିଚାଳିତ ଖଣିର ଦୁଇଟି ବ୍ଲକ୍ ବି ଏବଂ ସିରେ ବିସ୍ଫୋରଣ ଘଟିଛି। ମିଥେନ ଗ୍ୟାସ୍ କାରଣରୁ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ଦୁର୍ଘଟଣା ସମୟରେ ସାଇଟରେ ପ୍ରାୟ ୭୦ କର୍ମଚାରୀ ଉପସ୍ଥିତ ଥିଲେ। ଖମିରେ ୨ ବ୍ଲକରେ ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତୁରନ୍ତ ଆମ୍ବୁଲାନ୍ସ ଓ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି।
ପ୍ରମୁଖ ଖବର
ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍ବିଆଇର ତଥ୍ୟ ଲିକ୍: ଡାର୍କ ୱେବ୍ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ