ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ: ୫୧ ମୃତ, ୨୦ ଆହତ

0

ଇରାନ: ଇରାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। କୋଇଲା ଖଣିରେ ରବିବାର ମିଥେନ୍ ଗ୍ୟାସ୍ ଲିକ୍ ହେବା ପରେ ବଡ ବିସ୍ଫୋରଣ ଘଟିଛି।ଏହି ବିସ୍ଫୋରଣ ଇରାନର ଦକ୍ଷିଣ ଖୁରାସାନ ପ୍ରାନ୍ତରେ ହୋଇଛି। ଏଥିରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି।
ମଦଞ୍ଜୋ କମ୍ପାନୀ ଦ୍ୱାରା ପରିଚାଳିତ ଖଣିର ଦୁଇଟି ବ୍ଲକ୍ ବି ଏବଂ ସିରେ ବିସ୍ଫୋରଣ ଘଟିଛି। ମିଥେନ ଗ୍ୟାସ୍ କାରଣରୁ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ଦୁର୍ଘଟଣା ସମୟରେ ସାଇଟରେ ପ୍ରାୟ ୭୦ କର୍ମଚାରୀ ଉପସ୍ଥିତ ଥିଲେ। ଖମିରେ ୨ ବ୍ଲକରେ ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତୁରନ୍ତ ଆମ୍ବୁଲାନ୍ସ ଓ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.